ବୃନ୍ଦାବନର ଗୁରୁକୁଳମରେ ପାଣି ଟାଙ୍କି ଦୁର୍ଘଟଣାରେ ଚାରି ଛାତ୍ରଙ୍କ ମୃତ୍ୟୁ
ମଥୁରା, ଅକ୍ଟୋବର 7 (ହି.ସ)। ଉତ୍ତରପ୍ରଦେଶର ମଥୁରା ଜିଲ୍ଲା ଅନ୍ତର୍ଗତ ବୃନ୍ଦାବନର ଚୈତନ୍ୟ ବିହାର ସେକ୍ଟର-୨ରେ ଥିବା ପାଣିନି ସଂସ୍କୃତ ଗୁରୁକୁଳମ୍ରେ ମଙ୍ଗଳବାର ରାତିରେ ପାଣି ଟାଙ୍କି ସଫା କରୁଥିବା ସମୟରେ ବିଷାକ୍ତ ଗ୍ୟାସ୍ର ସଂସ୍ପର୍ଶରେ ଆସି ୪ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଛାତ୍ରଙ୍କ
रेस्क्यू अभियान करते लोग


ମଥୁରା, ଅକ୍ଟୋବର 7 (ହି.ସ)। ଉତ୍ତରପ୍ରଦେଶର ମଥୁରା ଜିଲ୍ଲା ଅନ୍ତର୍ଗତ ବୃନ୍ଦାବନର ଚୈତନ୍ୟ ବିହାର ସେକ୍ଟର-୨ରେ ଥିବା ପାଣିନି ସଂସ୍କୃତ ଗୁରୁକୁଳମ୍ରେ ମଙ୍ଗଳବାର ରାତିରେ ପାଣି ଟାଙ୍କି ସଫା କରୁଥିବା ସମୟରେ ବିଷାକ୍ତ ଗ୍ୟାସ୍ର ସଂସ୍ପର୍ଶରେ ଆସି ୪ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଛାତ୍ରଙ୍କର ଡାକ୍ତରଖାନାରେ ଚିକିତ୍ସା ଚାଲିଛି। ଘଟଣା ପରେ ଗୁରୁକୁଳମ୍ର ସଞ୍ଚାଳକ ଫେରାର ହୋଇଯାଇଛନ୍ତି।

ପୁଲିସର ସୂଚନା ଅନୁଯାୟୀ, ଯେଉଁ ସ୍ଥାନରେ ଗୁରୁକୁଳମ୍ ଚାଲିଛି, ସେଠାରେ ଏକ ବର୍ଷ ପୂର୍ବ ପର୍ଯ୍ୟନ୍ତ ‘ଉମା କମଳା’ ନାମରେ ଏକ ଗେଷ୍ଟ ହାଉସ୍ ଚାଲୁଥିଲା। ବର୍ତ୍ତମାନ ଆଶିଷ ଶର୍ମା ଏହାକୁ ଭଡ଼ାରେ ନେଇ ଗୁରୁକୁଳମ୍ ଆରମ୍ଭ କରିଥିଲେ। ଏଠାରେ ପ୍ରାୟ ୧୦୦ ଜଣ ଛାତ୍ର ରହି ସଂସ୍କୃତ ଅଧ୍ୟୟନ କରୁଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ଗୁରୁକୁଳର ସଞ୍ଚାଳକ ଆଚାର୍ଯ୍ୟ ଆଶିଷ ଛାତ୍ରମାନଙ୍କୁ ପଛପଟେ ଥିବା ପ୍ରାୟ ୧୨ ଫୁଟ୍ ଗଭୀର ବନ୍ଦ ପାଣି ଟାଙ୍କିକୁ ସଫା କରିବାକୁ କହିଥିଲେ।

ପୁଲିସ କହିଛି ଯେ ନିର୍ଦ୍ଦେଶ ମିଳିବା ପରେ ୫ ଜଣ ଛାତ୍ର ସଫେଇ ପାଇଁ ଟାଙ୍କି ଭିତରକୁ ଓହ୍ଲାଇଥିଲେ। ସର୍ବପ୍ରଥମେ ମନୁ କଟାରେ ଟାଙ୍କିର ଢାଙ୍କୁଣି ଖୋଲି ଭିତରକୁ ଓହ୍ଲାଇଥିଲେ। ସେଠାରେ ବିଷାକ୍ତ ଗ୍ୟାସ୍ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ଜଣକ ପରେ ଜଣେ ବିଶୁ ଶର୍ମା (୧୯, ମେରଠ), ଆର୍ଯ୍ୟନ ପାଣ୍ଡେ (୧୬, ପ୍ରୟାଗରାଜ) ଏବଂ ଦେବାଂଶ ଶର୍ମା (୧୭) ମଧ୍ୟ ଟାଙ୍କି ଭିତରକୁ ଓହ୍ଲାଇଥିଲେ ଏବଂ ବିଷାକ୍ତ ଗ୍ୟାସ୍ର ଶିକାର ହୋଇଥିଲେ। ଛାତ୍ରମାନଙ୍କ ଚିତ୍କାର ଶୁଣି ପଡ଼ୋଶରେ ରହୁଥିବା କୃଷ୍ଣ ତିୱାରୀ ସେଠାରେ ପହଞ୍ଚିଥିଲେ। ଅନ୍ୟ ଆଚାର୍ଯ୍ୟ ଓ ଛାତ୍ରମାନଙ୍କ ସହାୟତାରେ ସମସ୍ତଙ୍କୁ ଟାଙ୍କିରୁ ବାହାରକୁ ଅଣାଯାଇଥିଲା।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରମାନଙ୍କୁ ରାମକୃଷ୍ଣ ମିଶନ ସେବା ଆଶ୍ରମ ଏବଂ ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ନେଇଥିଲା। ସେଠାରେ ଡାକ୍ତରମାନେ ମନୁ କଟାରେ (୨୨, ଜବଲପୁର), ବିଶୁ ଶର୍ମା (୧୯, ମେରଠ), ଆର୍ଯ୍ୟନ ପାଣ୍ଡେ (୧୬, ପ୍ରୟାଗରାଜ) ଏବଂ ଦେବାଂଶ ଶର୍ମା (୧୭)ଙ୍କୁ ମୃତ ଘୋଷଣା କରିଥିଲେ। ରୁଦ୍ରାକ୍ଷଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଚନ୍ଦ୍ରପ୍ରକାଶ ସିଂହ, ନଗର ଆୟୁକ୍ତ ଓଜସ୍ୱୀ ରାଜ, ଏଡିଏମ୍ ପଙ୍କଜ ବର୍ମା ଏବଂ ଏସ୍ପି ସିଟି ରାଜୀବ କୁମାର ସିଂହଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଶାସନ ପକ୍ଷରୁ ଏହି ସମଗ୍ର ଘଟଣାର କଡ଼ାକଡ଼ି ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଫେରାର ସଞ୍ଚାଳକଙ୍କୁ ଖୋଜିବା ଆରମ୍ଭ କରାଯାଇଛି। ଦୁର୍ଘଟଣା ପରେ ଗୁରୁକୁଳର ଅନ୍ୟମାନେ ପରିଚୟ ଲୁଚାଇବା ପାଇଁ ସଂସ୍ଥାନର ବୋର୍ଡ ହଟାଇ ଦେଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଏହାର ମଧ୍ୟ ତଦନ୍ତ କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande