





ସମ୍ବଲପୁର, ୦୭ ଅକ୍ଟୋବର(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ମୁଖ୍ୟ ଭାବେ ସାର୍ବଜନୀନ ଜୀବନ ଓ ପ୍ରଜାସେବାର ସଫଳ ୨୫ ବର୍ଷ ପୂର୍ତି ଏବଂ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଆଜି ସକାଳେ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ସମ୍ମୁଖ ପଡ଼ିଆ ଠାରେ ‘‘ବିକଶିତ ଭାରତ ସଂକଳ୍ପ ସଭା’’ ଓ ‘‘ସେବା ଜ୍ୟୋତି ଯାତ୍ରା’’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଆଭାସୀ ମାଧ୍ୟମରେ ଦେଶର ୭୫୦ଟି ଜିଲ୍ଲାର ଜନସମୁଦ୍ରକୁ ସିଧାସଳଖ ସମ୍ବୋଧିତ କରିଛନ୍ତି। ଦେଶର ପ୍ରତ୍ୟେକ ନାଗରିକ ରାଷ୍ଟ୍ର ପ୍ରଥମ ଓ ରାଷ୍ଟ୍ରହିତକୁ ସର୍ବୋପରି ଚିନ୍ତା କରି କାର୍ଯ୍ୟ ସମ୍ପାଦନ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ପରିଗଣିତ କରିବା ପାଇଁ ସମଗ୍ର ଦେଶବାସୀଙ୍କ ସହଯୋଗ କାମନା କରିଥିଲେ। ଏହି ଅବସରରେ ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ, ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ରେଙ୍ଗାଲି ବିଧାୟକ ନାଉରି ନାଏକ, ସମ୍ବଲପୁର ଜିଲ୍ଲା ବିଜେପି ପ୍ରଭାରୀ କାଳିନ୍ଦୀ ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ସେବା ଓ ସୁଶାସନର ବାର୍ତାକୁ ଘରେ ଘରେ ପହଂଚାଇବା, ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନାକୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚାଇବା ସହ ଭାରତକୁ ଏକ ସମୃଦ୍ଧ ରାଷ୍ଟ୍ର କରିବା ପାଇଁ ଏହି ମହାଯଜ୍ଞରେ ସାମିଲ ହେବାକୁ ଉପସ୍ଥିତ ନେତୃବୃନ୍ଦ ଆହ୍ୱାନ ଦେଇଛନ୍ତି। ଜିଲ୍ଲା ସାଧାରଣ ସମ୍ପାଦକ ସମୀର ରଞ୍ଜନ ବାବୁ ସମ୍ମର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅନ୍ୟତମ ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ୱତନ୍ତ୍ର ପରିଷଦ ଅଧ୍ୟକ୍ଷ ଭାଗିନ୍ଦ୍ର କିଷାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ସଦସ୍ୟା ସବିତା ନନ୍ଦ, ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ପ୍ରମୁଖ ମଂଚାସିନ ଥିଲେ।
ବରିଷ୍ଠ ସାମାଜିକ କର୍ମୀ କାର୍ତିକ ବହିଦାର ଉପସ୍ଥିତ ବିଜେପି ପଦାଧିକାରୀ, କାର୍ଯ୍ୟକର୍ତା, ସମର୍ଥକ ଓ ଜନସାଧାରଣଙ୍କୁ ବିକଶିତ ଭାରତ ଗଠନର ସଂକଳ୍ପକୁ ଶପଥ କରେଇଥିବାବେଳେ ଅସୀମ ପ୍ରଧାନ କାର୍ଯ୍ୟକ୍ରମରେ ଉଦ୍ଘୋଷକ କାର୍ଯ୍ୟ ସମ୍ପାଦନ କରିଥିଲେ। ଶେଷରେ କାର୍ଯ୍ୟକ୍ରମ ସ୍ଥଳରୁ ନେତୃମଣ୍ଡଳୀ ଓ ଉପସ୍ଥିତ ଜନସାଧାରଣ ପଦଯାତ୍ରା କରି ସେବା ଜ୍ୟୋତି ମଶାଲକୁ ନେଇ ସେବା ଜ୍ୟୋତି ଛକ' ଠାରେ ପ୍ରତୀକାତ୍ମକ ସ୍ଥାପନା କରାଯାଇଥିଲା। କାର୍ଯ୍ୟକ୍ରମରେ ଦାମୋଦର କର, ଅନିଲ ବେହେରା, ଫଣି ଭୂଷଣ ମିଶ୍ର, ନିରଞ୍ଜନ ଦାସ, ଗୁରଦୀପ ସିଂ, ପ୍ରଭୁଦତ ପଣ୍ଡା, ହରବ୍ରତ ସେନାପତି, ସୁଷମା ସାହୁଙ୍କ ସମେତ ଅନେକ ଜିଲ୍ଲା ପଦାଧିକାରୀ, କର୍ମକର୍ତା, ସମର୍ଥକ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ