ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ଜୟପୁର, ୦୭ ଅକ୍ଟୋବର (ହି.ସ.) - ଜୟପୁର ପୌରପାଳିକା ପକ୍ଷରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସୌଜନ୍ୟରେ ଆଜି ଟାଉନହଲ୍ଠାରେ “ଭୀମଭୋଇ ସମର୍ଥ ଶିବିର” ଅନୁଷ୍ଠିତ ହୋଇଯାଇଛି। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସରକାରୀ ଯୋଜନା ଓ ବିଭିନ୍ନ ସୁବିଧା ସମ୍ପର୍କରେ ସଚେତନ କରିବା ସହିତ ଆବଶ
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର


ଜୟପୁର, ୦୭ ଅକ୍ଟୋବର (ହି.ସ.) - ଜୟପୁର ପୌରପାଳିକା ପକ୍ଷରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସୌଜନ୍ୟରେ ଆଜି ଟାଉନହଲ୍ଠାରେ “ଭୀମଭୋଇ ସମର୍ଥ ଶିବିର” ଅନୁଷ୍ଠିତ ହୋଇଯାଇଛି।

ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସରକାରୀ ଯୋଜନା ଓ ବିଭିନ୍ନ ସୁବିଧା ସମ୍ପର୍କରେ ସଚେତନ କରିବା ସହିତ ଆବଶ୍ୟକ ସେବା ଓ ସହାୟତା ଯୋଗାଇଦେବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଶିବିରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ପଞ୍ଜୀକରଣ, ଦିବ୍ୟାଙ୍ଗ ପ୍ରମାଣପତ୍ର, ସମ୍ବନ୍ଧୀୟ ସହାୟତା, ସରକାରୀ ଯୋଜନା ସମ୍ପର୍କରେ ସୂଚନା ଏବଂ ଆବଶ୍ୟକତାନୁଯାୟୀ ବିଭିନ୍ନ ସେବା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଥିଲା।

ଅସ୍ଥିଶଲ୍ୟ ୧୬୭,ଶ୍ରାବଣ ବାଧିତ ୭୨,ଦୃଷ୍ଟି ବାଧିତ ୭୧, ମାନସିକ ଅନଗ୍ରସର ୫୩,ରକ୍ତ ଶିକୁଳି ୩୨,

ସର୍ବମୋଟ ୩୯୫ ପଞ୍ଜୀକୃତ ହୋଇଛନ୍ତି । ହ୍ୱିଲ ଚେୟାର ୫ , ଶ୍ରାବଣ ଯନ୍ତ୍ର ୬, କୀଟ ୨ , ସହାୟକ ବାଡ଼ି ଏବଂ ଅନ୍ୟାନ୍ୟ ଯନ୍ତ୍ର ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ଅଧିକାର, ସମାନ ସୁଯୋଗ ଓ ସାମାଜିକ ସମାବେଶୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଶିବିର ମାଧ୍ୟମରେ ଅଧିକରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତି ସରକାରୀ ସୁବିଧାର ସୁଯୋଗ ନେଇପାରିବେ ବୋଲି ଆଶା ପ୍ରକାଶ କରାଯାଇଥିଲା।

ଜୟପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ ଭାଇସ ଚେୟାରମେନ, ବି ସୁନିତା ସମସ୍ତ କାଉନସିଲର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୌଦାମିନୀ ପ୍ରଧାନ ଏବଂ ସମସ୍ତ କର୍ମଚାରୀ, ସମ୍ପୃକ୍ତ ବିଭାଗର ପ୍ରତିନିଧି, ସ୍ୱେଚ୍ଛାସେବୀ ଓ ବହୁ ସଂଖ୍ୟକ ଭିନ୍ନକ୍ଷମ ବ୍ୟକ୍ତି ଏହି ଶିବିରରେ ଯୋଗଦେଇଥିଲେ।:

ଏହି ଶିବିରରେ ଦିବ୍ୟାଙ୍ଗଜନ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧା ଓ ସେବା ଯୋଗାଇ ଦିଆଯାଇଥିଲା। ଏଥିସହ ହିତାଧିକାରୀମାନଙ୍କ ଆବଶ୍ୟକତା ଅନୁଯାୟୀ ମୂଲ୍ୟାୟନ କରାଯାଇ ବିଭିନ୍ନ ସରକାରୀ ଯୋଜନା ଓ ସୁବିଧା ସମ୍ପର୍କରେ ସୂଚନା ଓ ସହାୟତା ପ୍ରଦାନ କରାଯାଇଥିଲା।

ଶିବିରରେ ଦିବ୍ୟାଙ୍ଗଜନ, ବରିଷ୍ଠ ନାଗରିକ ଓ ସମ୍ପୃକ୍ତ ହିତାଧିକାରୀମାନେ ଯୋଗଦେଇ ବିଭିନ୍ନ ସରକାରୀ ସେବାର ସୁଯୋଗ ନେଇଥିଲେ। ଏଭଳି ଶିବିର ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ସୁବିଧା ପହଂଚାଇବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ସହାୟତା ମିଳିପାରିବ ବୋଲି ଆଶା ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande