ବନ୍ଦ୍ ରେ ସାମିଲ ହେବନି ଘରୋଇ ବସ୍
ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ) - ଆସନ୍ତା କାଲିର ଓଡ଼ିଶା ବନ୍ଦ୍ ରେ ଘରୋଇ ବସ ସାମିଲ ହେବନି। ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ୍ ମାଲିକ ସଂଘ ସଭାପତି ଲୋକନାଥ ପାଣି। ସେ କହିଛନ୍ତି ଯେ ବସ୍ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ ବନ୍ଦ୍ ରେ ସାମିଲ ହେବୁନି। କାଲି ଘରୋଇ ବସ୍ ଗଡ଼ିବ, ଯାତ୍ରୀ ପରିବହନ ଜାର
bus stand


ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ) - ଆସନ୍ତା କାଲିର ଓଡ଼ିଶା ବନ୍ଦ୍ ରେ ଘରୋଇ ବସ ସାମିଲ ହେବନି। ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ୍ ମାଲିକ ସଂଘ ସଭାପତି ଲୋକନାଥ ପାଣି। ସେ କହିଛନ୍ତି ଯେ ବସ୍ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ ବନ୍ଦ୍ ରେ ସାମିଲ ହେବୁନି। କାଲି ଘରୋଇ ବସ୍ ଗଡ଼ିବ, ଯାତ୍ରୀ ପରିବହନ ଜାରି ରହିବ। ତେବେ ବନ୍ଦ ବେଳେ ସରକାର ବସ୍ ଚଳାଚଳ ପାଇଁ ସୁରକ୍ଷା ଯୋଗାନ୍ତୁ ବୋଲି ସେ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande