ଭଦ୍ରକ କାଳୀପୂଜା ପାଇଁ ପ୍ରଚାର ସମିତିର ଆଲୋଚନା ଚକ୍ର
ଭଦ୍ରକ, ୭ ଅକ୍ଟୋବର (ହି.ସ.) - ଭଦ୍ରକର ପ୍ରସିଦ୍ଧ ମା କାଳୀପୂଜା ନିମନ୍ତେ ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ଏକ ଆଲୋଚନା ଚକ୍ର ଭଦ୍ରକସ୍ଥ ଶ୍ରୀ ବାଲଗୋପାଲ ମନ୍ଦିର ପରିସରରେ ପ୍ରଚାର ସମିତିର ମୁଖ୍ୟ ପରିଚାଳକ ପ: ଭାଗୀରଥି ନନ୍ଦ ଶର୍ମାଙ୍କ ଅଧକ୍ଷତାରେ ଅନୁଷ୍ଠତି ହୋଇଥିଲା । ଯେହେତୁ ଶାକ୍
PRACHAR SAMITI ALOCHANA CHAKRA


ଭଦ୍ରକ, ୭ ଅକ୍ଟୋବର (ହି.ସ.) - ଭଦ୍ରକର ପ୍ରସିଦ୍ଧ ମା କାଳୀପୂଜା ନିମନ୍ତେ ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ଏକ ଆଲୋଚନା ଚକ୍ର ଭଦ୍ରକସ୍ଥ ଶ୍ରୀ ବାଲଗୋପାଲ ମନ୍ଦିର ପରିସରରେ ପ୍ରଚାର ସମିତିର ମୁଖ୍ୟ ପରିଚାଳକ ପ: ଭାଗୀରଥି ନନ୍ଦ ଶର୍ମାଙ୍କ ଅଧକ୍ଷତାରେ ଅନୁଷ୍ଠତି ହୋଇଥିଲା । ଯେହେତୁ ଶାକ୍ତ ମାନଙ୍କ ମତରେ ଶ୍ରୀ ଜଗନ୍ନାଥ ଦକ୍ଷିଣ କଳିକା ବୋଲି ସ୍କନ୍ଦ ପୁରାଣରେ ବର୍ଣ୍ଣିତ ହୋଇଅଛି ପ୍ରତି ବର୍ଷ ପରି ଚଳିତ ବର୍ଷ ୫ ଦିନ ବ୍ୟାପି ଭଦ୍ରକ ଚରମ୍ପା ରେଲୱେ ପ୍ଲାଟଫର୍ମ ନିକଟସ୍ଥ ଏକ ଅସ୍ଥାୟୀ ଶ୍ରୀ ଜଗନ୍ନାଥ ମଣ୍ଡପରେ ପ୍ରତ୍ୟେହ ଦିବା ୧୦ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଭାଗବତ, ଗୀତା ପଠନ, ସଂକୀର୍ତନ ମଣ୍ଡଳୀଙ୍କୁ ନେଇ ଦିବ୍ୟଚେତନା ଅଭିଜାନ, ଭଦ୍ରକ ଜିଲ୍ଲାସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିନିଧିଙ୍କୁ ନେଇ ଭାବବିନିମୟ କାର୍ଯ୍ୟକ୍ରମ, ପ୍ରବଚକ ମଣ୍ଡଳୀଙ୍କୁ ନେଇ ଭକ୍ତି ଚେତନା ମଂଚ, ସଂଧ୍ୟାରେ ଆଧ୍ୟାତ୍ମିକ ସଭା ଓ ଆଗ୍ରହୀ ଶିଶୁ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଛନ୍ଦାରେ ବନ୍ଧାରେ ସେ ଜଗବନ୍ଧୁ ଆଦି କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଥିଲା । ଏହି ଆଲୋଚନା ଚକ୍ର ପ୍ରାରମ୍ଭରେ ସମିତିର ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ ଶ୍ରୀ ଜଗନ୍ନାଥ ସ୍ମୃତିପାଠ ପୂର୍ବକ ପୁର୍ବବର୍ଷ ମାନଙ୍କର ଆୟ ବ୍ୟୟ ଉପସ୍ଥାପନା କରିଥିଲେ । ଏଥିରେ ସନେଇ ଶିଅଳ, କାଶୀନାଥ ପଣ୍ଡା, ଗୋପବନ୍ଧୁ ମିଶ୍ର, ଲକ୍ଷ୍ମୀଧର ଖଟୁଆ, ପ୍ରଶାନ୍ତ କୁମାର ଦେ, ସୁନନ୍ଦ ସିଂହ, ସୁବାସ ଚନ୍ଦ୍ର ବଳ, ପ୍ରଭାସ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande