
ଭିଏନା (ଅଷ୍ଟ୍ରିଆ)/ଜେନେଭା (ସ୍ୱିଜରଲ୍ୟାଣ୍ଡ)/, ଅକ୍ଟୋବର 07 (ହି.ସ) ପାକିସ୍ତାନ ପୁଣିଥରେ ସିନ୍ଧୁ ଜଳ ସନ୍ଧିକୁ ଆଧାର କରି ଭାରତକୁ ଘେରିବାକୁ ଚେଷ୍ଟା କରିଛି। ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମହମ୍ମଦ ଇଶାକ ଡାର୍ ଭିଏନାରେ ଆୟୋଜିତ ଅନ୍ତର୍ଜାତୀୟ ଜଳ ସମ୍ମିଳନୀରେ ଭାରତକୁ ଗୁରୁତର ପରିଣାମର ଚେତାବନୀ ଦେଇଛନ୍ତି। ଜେନେଭାରେ ପାକିସ୍ତାନର ପ୍ରଥମ ସଚିବ ଆଦିଲ ମୁମତାଜ ଖୋଖର ମଧ୍ୟ ମିଳିତ ଜାତିସଂଘରେ ରାଜନୈତିକ ଚାପ ସୃଷ୍ଟି କରିବା ପାଇଁ ଜଳର ବ୍ୟବହାର ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସିନ୍ଧୁ ଜଳ ସନ୍ଧିକୁ ନେଇ ଭାରତର ପଦକ୍ଷେପ ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରିବା ସଦୃଶ। ସେ ଚେତାବନୀ ଦେଇଛନ୍ତି ଯେ ଅଂଶୀଦାର ଜଳ ସମ୍ପଦକୁ ଚାପ ସୃଷ୍ଟି କରିବା, ରାଜନୈତିକ ଲାଭ ହାସଲ କରିବା କିମ୍ବା ଯୁଦ୍ଧ ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ।
‘ଦ ନ୍ୟୁଜ୍’ର ରିପୋର୍ଟ ଅନୁଯାୟୀ, ଇଶାକ ଡାର୍ ମଙ୍ଗଳବାର ଭିଏନାର ଡିପ୍ଲୋମାଟିକ୍ ଏକାଡେମୀ ଅଧୀନରେ ଆୟୋଜିତ ଅନ୍ତର୍ଜାତୀୟ ଜଳ ସମ୍ମିଳନୀରେ କହିଛନ୍ତି ଯେ ସିନ୍ଧୁ ଜଳର ଅଂଶ ନଦେବା ପାଇଁ କରାଯାଉଥିବା ଯେକୌଣସି ପ୍ରୟାସର ଆଞ୍ଚଳିକ ଶାନ୍ତି ଓ ସୁରକ୍ଷା ଉପରେ ଗୁରୁତର ପରିଣାମ ପଡ଼ିପାରେ। ଡାର୍ କହିଛନ୍ତି ଯେ ଇସଲାମାବାଦ ନିଜ ଅଧିକାରର ସୁରକ୍ଷା କିପରି କରିବାକୁ ହୁଏ, ତାହା ଜାଣେ।
ଉଲ୍ଲେଖଯୋଗ୍ୟ, ଗତବର୍ଷ ଏପ୍ରିଲରେ ଭାରତ ଏହି ଜଳ ସନ୍ଧିକୁ ସ୍ଥଗିତ ରଖିଥିଲା। କାଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏହି ପଦକ୍ଷେପ ନେଇଥିଲା। ଏହା ପରେ ମେ ୨୦୨୫ରେ ଦୁଇ ଦେଶ ମଧ୍ୟରେ ସାମରିକ ସଂଘର୍ଷ ହୋଇଥିଲା। ଡାର୍ ଜୋର ଦେଇ କହିଛନ୍ତି ଯେ ସିନ୍ଧୁ ଜଳ ସନ୍ଧି ଏବଂ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ନିଜ ଅଧିକାର ଓ ସ୍ୱାର୍ଥର ସୁରକ୍ଷା କରିବା ପାଇଁ ପାକିସ୍ତାନର ଦୃଢ଼ ସଂକଳ୍ପକୁ ନେଇ କାହାରି ମନରେ କୌଣସି ଭ୍ରମ ରହିବା ଉଚିତ ନୁହେଁ। ସେ କହିଛନ୍ତି, “ସିନ୍ଧୁ ନଦୀର ଜଳ ଦେଶର ୨୫ କୋଟିରୁ ଅଧିକ ଲୋକଙ୍କ ଜୀବନ ଓ ଜୀବିକାର ଆଧାର।”
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା