
ନୂଆଦିଲ୍ଲୀ, ୭ ଅକ୍ଟୋବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜ୍ୟ ତଥା ଜାତୀୟ ସ୍ତରରେ ସରକାରର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଥିଲେ ଯେ ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଜନସାଧାରଣଙ୍କ କଲ୍ୟାଣ ପ୍ରତି ସେମାନଙ୍କର ଦୃଢ ସମର୍ପଣ ଏବଂ ଭାରତର ପ୍ରଗତିକୁ ଆଗକୁ ବଢ଼ାଇବା ଲାଗି ସେମାନଙ୍କ ସଂକଳ୍ପକୁ ପ୍ରତିଫଳିତ କରୁଛି।
ଏକ୍ସରେ ଏକ ପୋଷ୍ଟରେ ମୁର୍ମୁ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଦେଶରେ ଯେଉଁ ପରିବର୍ତନ ଆସିଛି ତାହା ଲୋକଙ୍କ ଜୀବନରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି। ଆବାସ, ସ୍ୱାସ୍ଥ୍ୟସେବା, ଆର୍ôଥକ ସେବା, ସ୍ୱଚ୍ଛ ଶକ୍ତି ଏବଂ ଭିତିଭୂମିର ଉପଲବ୍ଧତା ବୃଦ୍ଧି କରିବା ସହିତ ସଂଯୋଗ, ଡିଜିଟାଲ ଭିତିଭୂମି ଏବଂ ସୁଯୋଗକୁ ସୁଦୃଢ଼ କରିବା ଭଳି ପଦକ୍ଷେପ ସାରା ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି।
ସେ କହିଥିଲେ ଯେ ଦାରିଦ୍ର୍ୟ ଦୂରୀକରଣ ଏବଂ ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ଏହି ପରିବର୍ତନର ବ୍ୟାପକ ଏବଂ ଗଭୀର ପ୍ରଭାବକୁ ପ୍ରତିଫଳିତ କରୁଛି।
ରାଷ୍ଟ୍ରପତି କହିଲେ ଯେ ଭାରତ ଆତ୍ମବିଶ୍ୱାସ ଏବଂ ନୂତନ ଆକାଂକ୍ଷା ସହିତ ଆଗକୁ ବଢ଼ୁଥିବା ବେଳେ ବିଶ୍ୱ ଭାରତକୁ ନୂତନ ସମ୍ମାନ ଏବଂ ବିଶ୍ୱାସର ସହ ଦେଖୁଛି।
ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ସଂକଳ୍ପ ଦ୍ୱାରା ଦେଶର ଜନସାଧାରଣ ଲାଭବାନ ହେବା ଜାରି ରଖିବା ଉଚିତ ଏବଂ ୨୦୪୭ ମସିହା ସୁଦ୍ଧା ଭାରତ ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେବା ଉଚିତ।
ମୁର୍ମୁ ପ୍ରଧାନମନ୍ତ୍ରୀଙ୍କୁ ଉତମ ସ୍ୱାସ୍ଥ୍ୟ, ସୁଖ ଏବଂ ଆଗାମୀ ବର୍ଷଗୁଡ଼ିକରେ ନିରନ୍ତର ଶକ୍ତି କାମନା କରିଥିଲେ ଏବଂ ଭାରତ ତଥା ଏହାର ଲୋକଙ୍କ ସେବା ପ୍ରତି ତାଙ୍କର ଉତ୍ସର୍ଗୀକୃତତାକୁ ପ୍ରଶଂସା କରିଥିଲେ।
--------
ହିନ୍ଦୁସ୍ଥାନ ସମାଚାର / ଗଗନ