ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଇଣ୍ଡିଆ ବ୍ଲକ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା
ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ) - ଅଖିଳ ଭାରତ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଏମଏମଡିଆର ଆଇନ-୨୦୨୬ ର ପ୍ରତ୍ୟାହାର, ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ପ୍ରଭୃତି ଦାବି ନେଇ ବୁଧବାର ଭୁବନେ
gjft


ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ) - ଅଖିଳ ଭାରତ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଏମଏମଡିଆର ଆଇନ-୨୦୨୬ ର ପ୍ରତ୍ୟାହାର, ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ପ୍ରଭୃତି ଦାବି ନେଇ ବୁଧବାର ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ଏବଂ ଇଣ୍ଡିଆ ବ୍ଲକର ରାଜନୈତି ଦଳ ମାନଙ୍କ ପକ୍ଷରୁ ଏକ ଜିଲ୍ଳାସ୍ତରୀୟ ପ୍ରତିବାଦ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଡିସିସି ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଏକ ବିଶାଳ ପଦଯାତ୍ରା ଇନ୍ଦିରା ଗାନ୍ଧୀ ପାର୍କ ଠାରୁ ବାହାରି ଏଜି ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତି ନିକଟରେ ପହଂଚିଥିଲା। ସେଠାରେ ଉପସ୍ଥିତ ନେତୃବୃନ୍ଦ ରାଷ୍ଟ୍ରୀୟ ସଂଗୀତ ଗାନ କରିଥିଲେ। ପରେ ସମ୍ବିଧାନର ୩୨୬ ଧାରା ପାଠ କରାଯାଇଥିଲା ଏବଂ ଭୋଟି ଚୋରି ଘଟଣାରେ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତଳିକ ଦାହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଇଣ୍ଡିଆ ବ୍ଲକ ରାଜନୈତିକ ଦଳର ନେତୃବୃନ୍ଦ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ମନୋରଞ୍ଜନ ଦାଶ, ମହେନ୍ଦ୍ର ପରିଡ଼ା, ସୁରେଶ ପାଣିଗ୍ରାହୀ, ପ୍ରଦୀପ ପ୍ରଧାନ, ସୁର ଜେନା, ଜୟନ୍ତ ଦାସ, ଜ୍ୟୋତି ରଞ୍ଜନ ମହାପାତ୍ର, ଲକ୍ଷ୍ମୀ ଦୋରା,ଶିବ ପ୍ରସାଦ ଦାଶ ପ୍ରମୁଖ ଯୋଗଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande