ପାର୍ବଣ ଋତୁ ପାଇଁ ଚାଲିବ ସିଆଲଦାହ ଏବଂ ଖୋର୍ଦ୍ଧା ରୋଡ୍ ମଧ୍ୟରେ ପୂଜା ସ୍ପେଶାଲ୍ ଟ୍ରେନ
ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ) -ଆଗାମୀ ଦୁର୍ଗାପୂଜା ଓ ଦୀପାବଳି ପାର୍ବଣ ଋତୁରେ ଯାତ୍ରୀ ଭିଡ଼ ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି, ଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ସୁନିଶ୍ଚିତ କରିବା ସହ ଅତିରିକ୍ତ ଯାତ୍ରୀ ଭିଡ଼ ହ୍ରାସ କରିବା ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ରୁଟ୍ ଗୁଡ଼ିକରେ ଅତିରିକ୍ତ
trains


ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ) -ଆଗାମୀ ଦୁର୍ଗାପୂଜା ଓ ଦୀପାବଳି ପାର୍ବଣ ଋତୁରେ ଯାତ୍ରୀ ଭିଡ଼ ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି, ଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ସୁନିଶ୍ଚିତ କରିବା ସହ ଅତିରିକ୍ତ ଯାତ୍ରୀ ଭିଡ଼ ହ୍ରାସ କରିବା ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ରୁଟ୍ ଗୁଡ଼ିକରେ ଅତିରିକ୍ତ ପୂଜା ସ୍ପେଶାଲ୍ ଟ୍ରେନ ଚଳାଚଳ କରାଯିବ।

ଟ୍ରେନ ନମ୍ବର ୦୩୧୦୧ ସିଆଲଦାହ–ଖୋର୍ଦ୍ଧା ରୋଡ୍ ସ୍ପେଶାଲ୍ ପ୍ରତ୍ୟେକ ଶନିବାର ଅକ୍ଟୋବର ୧୭, ୨୪ ଓ ୩୧ ଏବଂ ନଭେମ୍ବର ୦୭, ୧୪, ୨୧ ଓ ୨୮ରେ ଚଳାଚଳ କରିବ। ଫେରିବା ମାର୍ଗରେ ଟ୍ରେନ୍ ନମ୍ବର ୦୩୧୦୨ ଖୋର୍ଦ୍ଧା ରୋଡ୍–ସିଆଲଦାହ ସ୍ପେଶାଲ୍ ପ୍ରତ୍ୟେକ ରବିବାର ଅକ୍ଟୋବର ୧୮ ଓ ୨୫, ଏବଂ ନଭେମ୍ବର ୦୧, ୦୮, ୧୫, ୨୨ ଓ ୨୯ରେ ଚଳାଚଳ କରିବ।

ଟ୍ରେନ୍ ନମ୍ବର ୦୩୧୦୧ ସିଆଲଦାହ–ଖୋର୍ଦ୍ଧା ରୋଡ୍ ସ୍ପେଶାଲ୍ ସିଆଲଦାହରୁ ରାତି ୧୧:୫୦ ରେ ଛାଡ଼ି ପରଦିନ ସକାଳ ୦୮:୨୦ ରେ ଖୋର୍ଦ୍ଧା ରୋଡ୍ ରେ ପହଂଚିବ। ଫେରିବା ମାର୍ଗରେ ଟ୍ରେନ୍ ନମ୍ବର ୦୩୧୦୨ ଖୋର୍ଦ୍ଧା ରୋଡ୍–ସିଆଲଦାହ ସ୍ପେଶାଲ୍ ଖୋର୍ଦ୍ଧା ରୋଡ୍ ରୁ ଅପରାହ୍ନ ୦୪:୪୦ ରେ ଛାଡ଼ି ପରଦିନ ରାତି ୦୨:୦୦ ରେ ସିଆଲଦାହରେ ପହଂଚିବ।

ଏହି ସ୍ପେଶାଲ୍ ଟ୍ରେନ୍ ର ସିଆଲଦାହ ଓ ଖୋର୍ଦ୍ଧା ରୋଡ୍ ଷ୍ଟେସନ ବ୍ୟତୀତ ଆନ୍ଦୁଲ, ଖଡ଼ଗପୁର, ବାଲେଶ୍ୱର, ଭଦ୍ରକ, କଟକ ଓ ଭୁବନେଶ୍ୱର ଷ୍ଟେସନରେ ଉଭୟ ଦିଗରେ ରହଣି କରିବ।

ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ଏହି ପରିବର୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ 'ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଂଚ କରିପାରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande