ଦିଲ୍ଲୀରେ ଆକାଶବାଣୀ ଭବନରେ ବଳପୂର୍ବକ ପ୍ରବେଶ କରିଥିବାରୁ ରାହୁଲ, ପ୍ରିୟଙ୍କା ଏବଂ ଅନ୍ୟମାନଙ୍କ ବିରୋଧରେ ଏତଲା
ନୂଆଦିଲ୍ଲୀ, ଅକ୍ଟୋବର 7 (ହି.ସ): ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ବିରୋଧୀ ଦଳର ମାର୍ଚ୍ଚ ସମୟରେ ବିନା ଅନୁମତିରେ ଆକାଶବାଣୀ ଭବନ ପରିସରରେ ପ୍ରବେଶ କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅନ୍ୟମାନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛ
कांग्रेस नेता राहुल गांधी और प्रियंका गांधी वाड्रा मंगलवार को आकाशवाणी भवन परिसर में धरना देते हुए


ନୂଆଦିଲ୍ଲୀ, ଅକ୍ଟୋବର 7 (ହି.ସ): ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ବିରୋଧୀ ଦଳର ମାର୍ଚ୍ଚ ସମୟରେ ବିନା ଅନୁମତିରେ ଆକାଶବାଣୀ ଭବନ ପରିସରରେ ପ୍ରବେଶ କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅନ୍ୟମାନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି। ବୁଧବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ପୁଲିସର ସୂଚନା ଅନୁଯାୟୀ, ଆକାଶବାଣୀ ଭବନରେ ବିନା ଅନୁମତିରେ ପ୍ରବେଶ କରିବା ଏବଂ ଧାରଣା ଦେବା ନେଇ ମିଳିଥିବା ଅଭିଯୋଗ ଆଧାରରେ ଏଫ୍ଆଇଆର୍ ରୁଜୁ କରାଯାଇଛି। ମାମଲାରେ ଆଗକୁ ତଦନ୍ତ ଜାରି ରହିଛି।

ମଙ୍ଗଳବାର ଇଣ୍ଡି ମେଣ୍ଟର ନେତା ଓ କର୍ମୀମାନେ ସଂସଦ ଭବନରୁ ନିର୍ବାଚନ କମିଶନ ମୁଖ୍ୟାଳୟ ଅଭିମୁଖେ ମାର୍ଚ୍ଚ କରିବାକୁ ଚେଷ୍ଟା କରିଥିଲେ। ପୁଲିସ ସେମାନଙ୍କୁ ମଝି ରାସ୍ତାରେ ଅଟକାଇ ଦେଇଥିଲା। ଏହାପରେ ରାହୁଲ, ପ୍ରିୟଙ୍କା ଏବଂ ଅନ୍ୟ କେତେକ ନେତା ଆକାଶବାଣୀ ଭବନ ପରିସରରେ ପ୍ରବେଶ କରି ସେଠାରେ ଧାରଣାରେ ବସିଥିଲେ। ପୁଲିସର କହିବା ଅନୁଯାୟୀ, ପ୍ରଦର୍ଶନକାରୀମାନଙ୍କୁ ପରିସରରୁ ବାହାରି ଯିବାକୁ କୁହାଯାଇଥିଲା, କିନ୍ତୁ ସେମାନେ ସେଠାରେ ଅଡ଼ି ରହିଥିଲେ।

ଏହି ସମୟରେ ପୁଲିସ ପ୍ରାୟ ୨୬୦ ଜଣଙ୍କୁ ହେପାଜତକୁ ନେଇଥିଲା। ଏଥିରେ ରାହୁଲ ଓ ପ୍ରିୟଙ୍କାଙ୍କ ବ୍ୟତୀତ ଅନ୍ୟ ସାଂସଦ ଏବଂ ସମର୍ଥକମାନେ ମଧ୍ୟ ସାମିଲ ଥିଲେ। ପରେ ପୁଲିସ ଆକାଶବାଣୀ ଭବନ ପରିସରରୁ ପ୍ରଦର୍ଶନକାରୀମାନଙ୍କୁ ହଟାଇ ହେପାଜତକୁ ନେଇଥିଲା।

ପୁଲିସର ସୂଚନା ଅନୁଯାୟୀ, ଇଣ୍ଡି ମେଣ୍ଟର ମାର୍ଚ୍ଚ ପାଇଁ ନୂଆଦିଲ୍ଲୀ ଡେପୁଟି କମିଶନର ଅଫ୍ ପୁଲିସଙ୍କ କାର୍ଯ୍ୟାଳୟରୁ ଅନୁମତି ନିଆଯାଇନଥିଲା ଏବଂ ମାର୍ଚ୍ଚ ପାଇଁ ମଧ୍ୟ ଅନୁମତି ଦିଆଯାଇନଥିଲା। ଏହାସତ୍ତ୍ୱେ ପ୍ରଦର୍ଶନକାରୀମାନେ ମଙ୍ଗଳବାର ସକାଳେ ସଂସଦ ଭବନରୁ ନିର୍ବାଚନ କମିଶନ ମୁଖ୍ୟାଳୟ ଅଭିମୁଖେ ମାର୍ଚ୍ଚ ଆରମ୍ଭ କରିଥିଲେ। ପୁଲିସ ରାସ୍ତାରେ ବ୍ୟାରିକେଡ୍ ଲଗାଇ ସେମାନଙ୍କୁ ଅଟକାଇଥିଲା।

ବିରୋଧୀ ଦଳଗୁଡ଼ିକ ସ୍ପେସିଆଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (ଏସ୍ଆଇଆର୍) ଏବଂ ନିର୍ବାଚନ କମିଶନଙ୍କ କାର୍ଯ୍ୟପ୍ରଣାଳୀରେ କଥିତ ଅନିୟମିତତାର ଅଭିଯୋଗ କରି ପ୍ରଦର୍ଶନ କରୁଥିଲେ। ପ୍ରଦର୍ଶନକାରୀମାନେ ‘ଭୋଟ ଚୋରି’ ପ୍ରସଙ୍ଗ ଉଠାଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ମଧ୍ୟ କରିଥିଲେ।

ଏଫ୍ଆଇଆର୍ରେ ଲାଗୁ କରାଯାଇଥିବା ଧାରାଗୁଡ଼ିକ ଏବଂ ନାମରେ ଅଭିଯୁକ୍ତ କରାଯାଇଥିବା ବ୍ୟକ୍ତିମାନଙ୍କ ସମ୍ପର୍କିତ ବିସ୍ତୃତ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande