ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଜିଡିପି ଅଭିବୃଦ୍ଧି ହାରର ଅନୁମାନକୁ ବଢ଼ାଇ ୭.୧ ପ୍ରତିଶତ କଲା ଆରବିଆଇ
ନୂଆଦିଲ୍ଲୀ, ୭ ଅକ୍ଟୋବର (ହି.ସ) ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ବୁଧବାର ଫିଚ୍, ମୁଡିଜ୍, ଏସ୍ଆଣ୍ଡ୍ପି ଏବଂ ବିଶ୍ୱ ବ୍ୟାଙ୍କ ପରେ ଏବେ ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାରର ଅନୁମାନକୁ ୦.୪୦ ପ୍ରତିଶତ ବଢ଼ାଇ ୭.୧ ପ୍ରତିଶତ କରିଛି। ଆର୍ବିଆଇ
जीडीपी के लोगो का प्रतीकात्मक चित्र


ନୂଆଦିଲ୍ଲୀ, ୭ ଅକ୍ଟୋବର (ହି.ସ) ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ବୁଧବାର ଫିଚ୍, ମୁଡିଜ୍, ଏସ୍ଆଣ୍ଡ୍ପି ଏବଂ ବିଶ୍ୱ ବ୍ୟାଙ୍କ ପରେ ଏବେ ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାରର ଅନୁମାନକୁ ୦.୪୦ ପ୍ରତିଶତ ବଢ଼ାଇ ୭.୧ ପ୍ରତିଶତ କରିଛି।

ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଅକ୍ଟୋବର ମାସର ଦ୍ୱିମାସିକ ମୁଦ୍ରାନୀତି କମିଟିର ମୁଦ୍ରାନୀତି ସମୀକ୍ଷା ବୈଠକର ନିଷ୍ପତ୍ତି ଘୋଷଣା କରି କହିଛନ୍ତି ଯେ, ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ ଦେଶର ଘରୋଇ ଆର୍ଥିକ କାର୍ଯ୍ୟକଳାପରେ ଦୃଢ଼ତା ବଜାୟ ରହିଛି। ଆର୍ଥିକ ବର୍ଷ ୨୦୨୬-୨୭ର ପ୍ରଥମ ତ୍ରୈମାସିକରେ ୨୦୨୨-୨୩କୁ ଆଧାର ବର୍ଷ ଭାବେ ନେଇ ରେକର୍ଡ ହୋଇଥିବା ୭.୮ ପ୍ରତିଶତ ଆର୍ଥିକ ଅଭିବୃଦ୍ଧି ହାର ଏହାର ପ୍ରମାଣ।

ସଞ୍ଜୟ ମଲହୋତ୍ରା କହିଛନ୍ତି ଯେ, ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ହାରର ଅନୁମାନକୁ ବଢ଼ାଇ ୭.୧ ପ୍ରତିଶତ କରିଛି। ପୂର୍ବରୁ ଏହି ଅନୁମାନ ୬.୭ ପ୍ରତିଶତ ଥିଲା, ଯାହାକୁ ଏବେ ୭.୧ ପ୍ରତିଶତକୁ ବଢ଼ାଯାଇଛି। ତେବେ ବିଶ୍ୱସ୍ତରରେ ଜାରି ରହିଥିବା ଭୂ-ରାଜନୈତିକ ଉତ୍ତେଜନା ଯୋଗୁଁ ଆର୍ଥିକ ପରିଦୃଶ୍ୟ ପ୍ରତି ବିପଦ ରହିଥିବା ନେଇ ସେ ସତର୍କ କରାଇଛନ୍ତି।

ଆର୍ବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ଏହି ସମସ୍ତ କାରଣକୁ ବିଚାରକୁ ନେଇ ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବାସ୍ତବିକ ଜିଡିପି ଅଭିବୃଦ୍ଧି ୭.୧ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି। ଏଥିରେ ଦ୍ୱିତୀୟ ତ୍ରୈମାସିକରେ ୭.୨ ପ୍ରତିଶତ, ତୃତୀୟ ତ୍ରୈମାସିକରେ ୬.୯ ପ୍ରତିଶତ ଏବଂ ଚତୁର୍ଥ ତ୍ରୈମାସିକରେ ୬.୮ ପ୍ରତିଶତ ଅଭିବୃଦ୍ଧି ସାମିଲ ରହିଛି। ସଞ୍ଜୟ ମଲହୋତ୍ରା କହିଛନ୍ତି ଯେ, କେନ୍ଦ୍ରୀୟ ବ୍ୟାଙ୍କ ୨୦୨୭-୨୮ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ପାଇଁ ମଧ୍ୟ ଜିଡିପି ଅଭିବୃଦ୍ଧି ୭.୧ ପ୍ରତିଶତ ରହିବ ବୋଲି ଅନୁମାନ କରିଛି।

ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱ ବ୍ୟାଙ୍କ ମଧ୍ୟ ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ଅନୁମାନକୁ ୭.୧ ପ୍ରତିଶତକୁ ବଢ଼ାଇଛି। ଗତ ମାସରେ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ମଧ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ହାରର ଅନୁମାନକୁ ପ୍ରାୟ ୭ ପ୍ରତିଶତକୁ ବଢ଼ାଇଥିଲା। ଏସ୍ଆଣ୍ଡ୍ପି ଏବଂ ଫିଚ୍ ଭଳି ଅନ୍ୟ ବିଶ୍ୱସ୍ତରୀୟ ରେଟିଂ ଏଜେନ୍ସିଗୁଡ଼ିକ ମଧ୍ୟ ସମାନ ଭାବେ ଅନୁମାନ ବଢ଼ାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande