କୋଲାବିରା ବିଦ୍ୟୁତ ଗ୍ରିଡ ରେ ଅଗ୍ନିସୁରକ୍ଷା ମକଡ୍ରିଲ
Safety mock drill at Raghunathpali grid
କୋଲାବିରା ବିଦ୍ୟୁତ ଗ୍ରିଡ ରେ ଅଗ୍ନିସୁରକ୍ଷା ମକଡ୍ରିଲ,


ଝାରସୁଗୁଡ଼ା , 07 ଅକ୍ଟୋବର (ହି.ସ.) ଝାରସୁଗୁଡ଼ା ବିଦ୍ୟୁତ ଡିଭିଜନ କୋଲାବିରା ସ୍ଥିତ ରଘୁନାଥପାଲି ବିଦ୍ୟୁତ୍ ସେକ୍ସନ ଅଫିସ ରେ ଅଗ୍ନି ସୁରକ୍ଷା ପାଇଁ ଏକ ମକଡ୍ରିଲ ପ୍ରଦର୍ଶନୀ ବୁଧୁବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଝାରସୁଗୁଡ଼ା ଡିଭିଜନ ର ସମସ୍ତ ସେକ୍ସନ ରୁ କର୍ମଚାରୀ ଭାଗନେଇଥିଲେ l ଝାରସୁଗୁଡ଼ା ଓ କୋଲାବିରା ଅଗ୍ନି ସୁରକ୍ଷା କର୍ମଚାରୀ ନିଆଁ କୁ ଆୟତ୍ତ କରିବା ପାଇଁ ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିବା ସହ ବିଦ୍ୟୁତ ବିଭାଗ କର୍ମଚାରୀ ମଧ୍ୟ କଳା କୌଶଳ ରେ ସାମିଲ ହୋଇଥିଲେ l ଏଥିରେ ବିଭାଗୀୟ ଡିଏସଓ ସୌମ୍ୟରଞ୍ଜନ ଜେନା, ଇଏସଓ ରଘୁନାଥପାଲି କମଳ ଲୋଚନ ପାତ୍ର, ସୂପରଭାଇଜର କିଶୋର ପୁହାଣ, ବିଦ୍ୟୁତ୍ କର୍ମଚାରୀ, ସୁନିତ ମେହେର, ରୂପେଶ ମହାପାତ୍ର, ମଙ୍ଗଳୁ ପ୍ରଧାନ, ଆଲେକ୍ସ ଖାଖା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande