
ବଲାଙ୍ଗୀର, ୦୭ ଅକ୍ଟୋବର(ହି.ସ.) – ଆରମ୍ଭ ହେଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବର ଦଖଲ ଜମି ଚିହ୍ନଟ ପ୍ରକ୍ରିୟା। ଏହାକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଗତ କିଛି ଦିନ ହେଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜମି ଜବର ଦଖଲ ହୋଇଥିବା ବିଷୟକୁ ନେଇ ଛାତ୍ରଛାତ୍ରୀ ତଥା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଲାଗି ରହିଥିବାବେଳେ ଅଳ୍ପ କିଛି ତଳେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବଲାଙ୍ଗୀର ତହସିଲ ଅଫିସରେ ଅଭିଯୋଗ କରାଯାଇଥିଲା। ଏପରିକି ସେହି ସମୟରେ ତହସିଲଦାରଙ୍କ ସହ ଛାତ୍ରମାନେ ଜବରଦସ୍ତ ଯୁକ୍ତିତର୍କ କରିଥିବା ତଥା ଛାତ୍ରମାନେ ନିଜ ଜିଦ୍ରେ ଦୀର୍ଘ ସମୟ ଧରି ଅଟଳ ରହି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଜମି ଜବର ଦଖଲ ହଟାଇବାକୁ ନାରାବାଜି କରିଥିଲେ। ଫଳ ସ୍ୱରୂପ ଆଜି ବଲାଙ୍ଗୀର ପ୍ରଶାସନ ପକ୍ଷରୁ ୨ ଜଣ ଆର୍ଆଇଙ୍କ ଉପସ୍ଥିତିରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଜବର ଦଖଲ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ନେଇ ଛାତ୍ରଛାତ୍ରୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ