
ମାଲକାନଗିରି , ୭ ଅକ୍ଟୋବର (ହି.ସ.) -ରାଜ୍ୟରେ ଜନସେବା, ଦେଶଭକ୍ତି ଏବଂ ସାମାଜିକ ଦାୟିତ୍ୱବୋଧର ବାର୍ତ୍ତା ପ୍ରସାର କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା 'ବିକଶିତ ଭାରତ ସେବା ସଂକଳ୍ପ ଅଭିଯାନ' ଅଧୀନରେ ସେବା ଜ୍ୟୋତି ମଶାଲ ଯାତ୍ରା ଏବେ ସାରା ଓଡ଼ିଶାରେ ଏକ ବଡ଼ ଜନ ଆନ୍ଦୋଳନର ରୂପ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ ବର୍ଷର ଜନସେବା ଓ ରାଷ୍ଟ୍ର ନିର୍ମାଣର ଯାତ୍ରା ଦ୍ୱାରା ଅନୁପ୍ରାଣିତ ହୋଇ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ଏହି ମାସେ ବ୍ୟାପୀ ଅଭିଯାନ ପ୍ରତି ଅଞ୍ଚଳରେ ଲୋକଙ୍କୁ ଏକାଠି କରୁଛି। ଆଜି ଏହି ମଶାଲ ଯାତ୍ରାକୁ ଭବ୍ୟ ସ୍ୱାଗତ କରାଯିବା ସହିତ ଏହା ସ୍ଥାନୀୟ ମାଲ୍ୟବନ୍ତ ହଷ୍ଟେଲ ଛକ ଠାରୁ ଏକ ପଦଯାତ୍ରା ରେ ସ୍ଥାନିୟ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ପହଞ୍ଚି ଥିଲା ।ବିଶେଷଭାବେ ଏହା ମାଧ୍ୟମରେ ସେବା ଓ ଜନକଲ୍ୟାଣ ଉପରେ ଗୁରୁତ୍ୱ ଦିଆଯାଉ ଥିବା ବେଳେ ଏହି ଯାତ୍ରାର ମୂଳ ଲକ୍ଷ୍ୟ ଲୋକଙ୍କ ମଧ୍ୟରେ ସେବାଭାବ ଜାଗ୍ରତ କରିବା ସହ ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା। ବିଶେଷ କରି ମହିଳା, ଯୁବପିଢ଼ି, ଚାଷୀ ଓ ଅବହେଳିତ ଶ୍ରେଣୀର ଲୋକଙ୍କ ବିକାଶ ଉପରେ ଏହି ଅଭିଯାନରେ ଗୁରୁତ୍ୱ ଦିଆଯାଇଛି । ମାଲକାନଗିରି ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଅଶୋକ ପରିଡ଼ା, ସାଂସଦ ବଳଭଦ୍ର ମାଝୀ, ବିଧାୟକ ନରସିଂହ ମାଡକାମୀ, ରାଜ୍ୟ ଉପ ସଭାପତି ତଥା ଜିଲ୍ଲା ପ୍ରଭାରୀ ରମେଶ ସାହୁ ମଞ୍ଚରେ ନିଜ ଅଭିଭାଷ ଣରେ ନରେଦ୍ର ମୋଦି ଙ୍କ ବିକଶିତ ଭାରତ ୨୦୪୭ ଅଭିଯାନ ସହ ସ୍ୱପ୍ନ ସାକାର କରିବା କୁ ନେଇ ମତ ରଖିଥିଲେ । ଶେଷରେ ସାଂସଦ ବିକଶିତ ଭାରତ କୁ ନେଇ ଶପଥ ପାଠ କରାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଡମ୍ବରୁ ସୀସା, ବାଲିମେଳା ଏନ ଏ ସି ଚେୟାର ମ୍ୟାନ ପ୍ରଦୀପ ନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଗଙ୍ଗା ସୋଡ଼ି, ଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ