ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କୁ ଶ୍ରଦ୍ଧାଞ୍ଜଳୀ
କେନ୍ଦ୍ରାପଡ଼ା-, 07 ଅକ୍ଟୋବର (ହି.ସ.):ମାର୍ଶାଘାଇ ବ୍ଲକ କୁହୁଡି ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରାକ୍ତନ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସ୍ବର୍ଗତ ଦିବାକର ପ୍ରଧାନ ପ୍ରଧାନଙ୍କ ଦ୍ଵାଦଶାହରେ ବୁଧବାର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା କ୍ଷ ଶିକ୍ଷାବିତ, କବି ଭକ୍ତଚରଣ ମଲ୍ଲ ଙ୍କ ପୌରୋହ
ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କୁ ଶ୍ରଦ୍ଧାଞ୍ଜଳୀ


କେନ୍ଦ୍ରାପଡ଼ା-, 07 ଅକ୍ଟୋବର (ହି.ସ.):ମାର୍ଶାଘାଇ ବ୍ଲକ କୁହୁଡି ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରାକ୍ତନ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସ୍ବର୍ଗତ ଦିବାକର ପ୍ରଧାନ ପ୍ରଧାନଙ୍କ ଦ୍ଵାଦଶାହରେ ବୁଧବାର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା କ୍ଷ ଶିକ୍ଷାବିତ, କବି ଭକ୍ତଚରଣ ମଲ୍ଲ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ କେନ୍ଦ୍ରାପଡ଼ା କ୍ରେଡିଟ କୋ ଅପରେଟିଭ ଲି ର ସଭାପତି ପ୍ରମୋଦ କୁମାର ସାହୁ, କେନ୍ଦ୍ରାପଡ଼ା ସାହିତ୍ୟ ଏକାଡେମୀ ସଭାପତି କରୁଣାକର ଦାସ, କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ନେତା ବିଭ୍ରାଂଶୁ ଶେଖର ଲେଙ୍କା, ବେତାର କଣ୍ଠ ଶିଳ୍ପୀ ତଥା ପ୍ରାକ୍ତନ ଶିକ୍ଷକ ନୀଳମାଧଵ ଦାସ, ସରପଞ୍ଚ ପ୍ରଭାତ ଦାସ, ଆଇନଜୀବୀ ସତ୍ୟପ୍ରିୟ ପରିଡା, ଭ୍ରମରବର ରାଉତ,ଅରବିନ୍ଦ ସ୍ୱାଇଁ, ଉମାକାନ୍ତ ଦାସ, ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାମଲ ଙ୍କ ସମେତ ବହୁ ବିଶିଷ୍ଟ ଵ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ କ୍ଷ ପୁତ୍ର ଅନୁରାଗ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ କ୍ଷ

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande