ଗ୍ରେଟର ନୋଏଡାରେ ସେବା ସଂକଳ୍ପ ଅଭିଯାନ' କାର୍ଯ୍ୟକ୍ରମରେ ସାମିଲ ହେଲେ ଜେପି ନଡ୍ଡା
ନୋଏଡା, ୦୭ ଅକ୍ଟୋବର (ହି.ସ.)- କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ତଥା ବିଜେପିର ପୂର୍ବତନ ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ବୁଧବାର ଉତର ପ୍ରଦେଶର ଗ୍ରେଟର ନୋଏଡାରେ ପହଂଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂରଣ ଅବସରରେ ୧୭ ସେପ୍େଟମ୍ବରରୁ ୧୮
ଗ୍ରେଟର ନୋଏଡାରେ ସେବା ସଂକଳ୍ପ ଅଭିଯାନ' କାର୍ଯ୍ୟକ୍ରମରେ ସାମିଲ ହେଲେ ଜେପି ନଡ୍ଡା


ନୋଏଡା, ୦୭ ଅକ୍ଟୋବର (ହି.ସ.)- କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ତଥା ବିଜେପିର ପୂର୍ବତନ ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ବୁଧବାର ଉତର ପ୍ରଦେଶର ଗ୍ରେଟର ନୋଏଡାରେ ପହଂଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂରଣ ଅବସରରେ ୧୭ ସେପ୍େଟମ୍ବରରୁ ୧୮ ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥିବା ସେବା ସଂକଳ୍ପ ଅଭିଯାନ ଅଧୀନରେ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିଥିଲେ। ଏହାପରେ ସେ ସେବା ଜ୍ୟୋତି କଳଶ ଯାତ୍ରାରେ ସାମିଲ ହୋଇଥିଲେ ଏବଂ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲି କାର୍ଯ୍ୟକର୍ତା ଏବଂ ଲୋକମାନଙ୍କ ଉତ୍ସାହ ବଢ଼ାଇଥିଲେ।

ଗ୍ରେଟର ନୋଏଡା ଆଗମନ ସମୟରେ ଡିଏନଡିରେ ବିଜେପି ନୋଏଡା ମହାନଗରର କାର୍ଯ୍ୟକର୍ତାମାନେ ଜେପି ନଡ୍ଡାଙ୍କୁ ସ୍ୱାଗତ କରିଥିଲେ। ନୋଏଡା ମହାନଗର ଜିଲ୍ଲାଧ୍ୟକ୍ଷ ମହେଶ ଚୌହାନଙ୍କ ନେତୃତ୍ୱରେ ଆୟୋଜିତ ସ୍ୱାଗତ କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତାମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ସମୟରେ ସାଂସଦ ତଥା ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଡ. ମହେଶ ଶର୍ମାଙ୍କ ସମେତ ବହୁ ସଂଖ୍ୟକ ବିଜେପିର ବରିଷ୍ଠ ନେତା ଏବଂ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

ଏହାପରେ ଜେପି ନଡ୍ଡା ଗ୍ରେଟର ନୋଏଡାର ଏକ୍ସପୋ ମାର୍ଟରେ ପହଂଚିଥିଲେ, ଯେଉଁଠାରେ ସେବା ସଂକଳ୍ପ ଅଭିଯାନ ଅଧୀନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଜେପି ପଦାଧିକାରୀ ଏବଂ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନର ସିଧା ପ୍ରସାରଣ ଶୁଣିଥିଲେ ଏବଂ ଦେଶକୁ ୨୦୪୭ ସୁଦ୍ଧା ବିକଶିତ କରିବାର ସଂକଳ୍ପ ନିଆଯାଇଥିଲା।

-----------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande