ବିକଶିତ ଭାରତ ସଂକଳ୍ପ ସଭା ଓ ଶୋଭାଯାତ୍ରା
କେନ୍ଦ୍ରାପଡ଼ା, 07 ଅକ୍ଟୋବର (ହି.ସ.) ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ମୋଦୀ ଜି ଙ୍କ ସେବା ସୁଶାସନ ସମର୍ପଣ ର ୨୫ବର୍ଷ ର ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଟିତ ହେଇଯାଉଛି। ଆଜି ପୂର୍ବାହ୍ନରେ କେନ୍ଦ୍ରାପଡା ନୂଆ ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ଏହି ଉତ୍ସଵରେ ବିଜେପି ରାଷ୍ଟିୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା
----------ବିକଶିତ ଭାରତ ସଂକଳ୍ପ ସଭା ଓ ଶୋଭାଯାତ୍ରା


କେନ୍ଦ୍ରାପଡ଼ା, 07 ଅକ୍ଟୋବର (ହି.ସ.) ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ମୋଦୀ ଜି ଙ୍କ ସେବା ସୁଶାସନ ସମର୍ପଣ ର ୨୫ବର୍ଷ ର ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଟିତ ହେଇଯାଉଛି। ଆଜି ପୂର୍ବାହ୍ନରେ କେନ୍ଦ୍ରାପଡା ନୂଆ ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ଏହି ଉତ୍ସଵରେ ବିଜେପି ରାଷ୍ଟିୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ଯୋଗ ଦେବା ସହିତ ସେବା ଜ୍ୟୋତି ଯାତ୍ରା ନୂଆ ବସଷ୍ଟାଣ୍ଡ ଠାରୁ ତିନିମୁହାଣି ପର୍ୟ୍ୟନ୍ତ ଅନୁଷ୍ଟିତ ହୋଇଥିଲା। ଏହି କାର୍ୟ୍ୟକ୍ରମରେ ମହାକାଳପଡା ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ପୁରୁଖା ନେତା ବୈଦ୍ୟନାଥ ଚାଟାର୍ଜୀ, ଗୀତାଞ୍ଜଳୀ ସେଠୀ, କୃଷ୍ଣଚନ୍ଦ୍ର ପଣ୍ଡା, ଡ଼ ଅଲେଖ ଜେନା, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ଉମାକାନ୍ତ ପଟ୍ଟନାୟକ, ସୁନାକର ବେହେରା, ଡ଼ ସଂଜୟ ରଥ, କିଶୋର କୁମାର ପଣ୍ଡା, ଦୁର୍ଯ୍ୟୋଧନ ସାହୁ, ଅଶୋକ କୁମାର ମିଶ୍ର, ଭୁବନ ମୋହନ ଜେନା, ଡଲି ଶତପଥି, ଜିଲ୍ଲା ମହିଳା ସଭାପତି, ଡ଼ ଜ୍ୟୋସ୍ନାରାଣୀ ଜେନାଙ୍କ ସହିତ ବିଧାନ ସଭା ସ୍ତରୀୟ ବହୁ ପ୍ରମୁଖ ନେତା ଏବଂ ରାଜ୍ୟ ସ୍ତରୀୟ ବରିଷ୍ଟ କର୍ମକର୍ତ୍ତା ଙ୍କ ସହ ହଜାର ହଜାର ମହିଳା ନେତ୍ରୀ କାର୍ଯ୍ୟକ୍ରମରେ ସାମିଲ ହେବା ସହ ହାତରେ ବିଜେପି ପତାକା ଧରି ସ୍ଲୋଗାନ ଦେଇ ଶେଭାଯାତ୍ରାରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡିଆକୁ ଯାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande