ଦିଲ୍ଲୀରୁ ଫୋନ୍ ଆସିଲା ବୋଲି ବିଜେଡି ଡରିଗଲା - ସନ୍ତୋଷ ସିଂ ସାଲୁଜା
ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ) - ଓଡ଼ିଶା ବନ୍ଦକୁ ସମର୍ଥନ କରିବା ନେଇ ବିଜେଡିର ୟୁଟର୍ଣ୍ଣ ପ୍ରସଙ୍ଗରେ ବିଜେଡିକୁ କଟାକ୍ଷ କରିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ ବିଜେଡି ହେଉଛି ଦିଗ ହରା ପାର୍ଟି, ବିଜେପି ସହ ରହିବାର ଅଭ୍ୟାସ ଅଛି । କାଲି ବିଜେଡି ସାଂସଦ ଦ
santosh singh saluja congress


ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ) - ଓଡ଼ିଶା ବନ୍ଦକୁ ସମର୍ଥନ କରିବା ନେଇ ବିଜେଡିର ୟୁଟର୍ଣ୍ଣ ପ୍ରସଙ୍ଗରେ ବିଜେଡିକୁ କଟାକ୍ଷ କରିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ ବିଜେଡି ହେଉଛି ଦିଗ ହରା ପାର୍ଟି, ବିଜେପି ସହ ରହିବାର ଅଭ୍ୟାସ ଅଛି । କାଲି ବିଜେଡି ସାଂସଦ ଦିଲ୍ଲୀରେ ଇଣ୍ଡି ମେଂଟକୁ ସମର୍ଥନ କଲେ। ଆଜି ସକାଳେ କହିଲେ ଇଣ୍ଡି ମେଂଟର କାଲି ଓଡିଶା ବନ୍ଦକୁ ସମର୍ଥନ କରିବୁ। ଏବେ ପୁଣି କହିଲେ କରିବୁନି। ବିଜେଡି ଉପରେ ବିଜେପିର ଚାପ ରହୁଛି। ଦିଲ୍ଲୀରୁ ଫୋନ୍ ଆସିଲା ଡରିଗଲେ, ବିଜେଡି ଦୋମୁହାଁ ନୀତି ଆପଣାଉଛି ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande