ଅନୁଗୋଳ ଠାରେ ଆୟୋଜିତ 'ସେବା ଜ୍ୟୋତି ଯାତ୍ରା'ରେ ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 7 ଅକ୍ଟୋବର (ହି.ସ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ନିରନ୍ତର ୨୫ ବର୍ଷର ଜନସେବା ପୂର୍ତ୍ତି ଉପଲକ୍ଷେ ଅନୁଗୋଳ ଠାରେ ଆୟୋଜିତ ''ସେବା ଜ୍ୟୋତି ଯାତ୍ରା''ରେ ସାମିଲ ହୋଇଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ
ଡିପି


ଭୁବନେଶ୍ୱର, 7 ଅକ୍ଟୋବର

(ହି.ସ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ନିରନ୍ତର ୨୫ ବର୍ଷର ଜନସେବା ପୂର୍ତ୍ତି

ଉପଲକ୍ଷେ ଅନୁଗୋଳ ଠାରେ ଆୟୋଜିତ 'ସେବା

ଜ୍ୟୋତି ଯାତ୍ରା'ରେ ସାମିଲ ହୋଇଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର

ପ୍ରଧାନ । ଏହି ଅବସରରେ ସେ କହିଛନ୍ତି ଯେ, ୨୦୦୧ ମସିହା ଅକ୍ଟୋବର ୭ ତାରିଖରେ, ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ମୋଦିଜୀ ଯେଉଁ ‘ସେବା ଯାତ୍ରା’ ଆରମ୍ଭ

କରିଥିଲେ, ତାହା ଆଜି ସାରା ଦେଶକୁ ବିକାଶର ଏକ ନୂଆ ଦିଶା ଦେଖାଇଛି ।

ଧର୍ମେନ୍ଦ୍ର ପ୍ରଧାନ

କହିଛନ୍ତି ଯେ, ଦେଶବାସୀଙ୍କ ବିଶ୍ୱାସ ଓ ନିଷ୍ଠା ହିଁ ପ୍ରଧାନମନ୍ତ୍ରୀଙ୍କ ସବୁଠାରୁ ବଡ଼ ଶକ୍ତି

। କେବଳ ବ୍ୟକ୍ତିଗତ ପଦବୀ ନୁହେଁ, ବରଂ

'ରାଷ୍ଟ୍ର ପ୍ରଥମ' ଓ ମିଶନ ଭାବନାକୁ ନେଇ

କାର୍ଯ୍ୟ କରିବା ଦ୍ୱାରା ହିଁ ଆଜି ଭାରତ ବିଶ୍ୱ ଦରବାରରେ ଏକ ଆତ୍ମନିର୍ଭର ଓ ଶକ୍ତିଶାଳୀ

ରାଷ୍ଟ୍ର ଭାବେ ଉଭା ହୋଇପାରିଛି । ପ୍ରଧାନମନ୍ତ୍ରୀ

ଆଜି ଦେଶବାସୀଙ୍କୁ ଆମେ ଏହା କରିବୁ ର ନୂଆ

ଆତ୍ମବିଶ୍ୱାସ ମନ୍ତ୍ର ଦେଇଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ, ପ୍ରଯୁକ୍ତିବିଦ୍ୟା ଓ ସମସ୍ତ କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିବା ଆମ ସମସ୍ତଙ୍କର

ସାମୂହିକ ସଂକଳ୍ପ । ଏହି ପ୍ରେରଣାଦାୟୀ ବାର୍ତ୍ତା ପ୍ରତ୍ୟେକ ଭାରତୀୟଙ୍କ ମନରେ ନୂତନ ଉତ୍ସାହ

ଭରିଛି ।

ସେ କହିଛନ୍ତି ଯେ,

ପ୍ରଧାନମନ୍ତ୍ରୀ ଜନସେବା ଓ ସୁଶାସନର ୨୫ ବର୍ଷ ପୂରଣ କରିବା ଆମ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର

ବିଷୟ । ପ୍ରଧାନମନ୍ତ୍ରୀଙ୍କ ‘ସେବା ମନ୍ତ୍ର’ ଓ 'ସ୍ୱଦେଶୀ' ଭାବନାକୁ ଆପଣେଇ ଆମକୁ 'ବିକଶିତ ଓଡ଼ିଶା'

ଏବଂ 'ବିକଶିତ ଭାରତ'ର ସ୍ୱପ୍ନକୁ ସାକାର କରିବାକୁ ହେବ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମା’ ସମଲେଇଙ୍କ ପାଖରେ

ଏତିକି ପ୍ରାର୍ଥନା, ସେ ପ୍ରଧାନମନ୍ତ୍ରୀଙ୍କୁ ଦୀର୍ଘାୟୁ କରନ୍ତୁ ଏବଂ ଆଗାମୀ ଅନେକ ବର୍ଷ

ପର୍ଯ୍ୟନ୍ତ, ଭାରତ ମାତାର ସେବା କରିବାକୁ ତାଙ୍କୁ ଅଶେଷ ଶକ୍ତି ଦିଅନ୍ତୁ।

ସେ କହିଛନ୍ତି ଯେ, ସେବା, ସମର୍ପଣ ଓ ରାଷ୍ଟ୍ରଭକ୍ତିର ଏହି 'ସେବା ଜ୍ୟୋତି' ଆମକୁ 'ବିକଶିତ

ଓଡ଼ିଶା' ଏବଂ 'ବିକଶିତ ଭାରତ' ଗଠନ ଦିଗରେ ସର୍ବଦା ପ୍ରେରଣା ଯୋଗାଇବ। ଏହି ପଦଯାତ୍ରା ଜନଭାଗୀଦାରୀ ଓ ରାଷ୍ଟ୍ର

ନିର୍ମାଣର ଏକ ଶକ୍ତିଶାଳୀ ସଂକଳ୍ପ । ଆସନ୍ତୁ, ପ୍ରଧାନମନ୍ତ୍ରୀଙ୍କ 'ସେବା ମନ୍ତ୍ର' ଓ 'ରାଷ୍ଟ୍ର ପ୍ରଥମ'

ଭାବନାକୁ ଆଧାର କରି ୨୦୪୭ ସୁଦ୍ଧା ଏକ ସମୃଦ୍ଧ, ସଶକ୍ତ

ଓ ବିକଶିତ ଭାରତ ଗଠନରେ ନିଜ ନିଜର ଯୋଗଦାନ ଦେବା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande