ଜନସେବାରେ ପିଏମ ମୋଦିଙ୍କ 25ବର୍ଷ ପୂର୍ତ୍ତି ଅବସରରେ ତୁରଙ୍ଗ ସ୍ଥିତ ଅଙ୍ଗନଓ୍ୱାଡ଼ି କେନ୍ଦ୍ର ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 07 ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ନିରନ୍ତର ୨୫ ବର୍ଷର ଜନସେବା ; ସମର୍ପଣ ଓ ବିକାଶର ପ୍ରତୀକ । ଏହି ଗୌରବମୟ ଅବସରରେ ଅନୁଗୋଳ ଜିଲ୍ଲା ତୁରଙ୍ଗ ସ୍ଥିତ ଅଙ୍ଗନଓ୍ୱାଡ଼ି(ଖ) କେନ୍ଦ୍ର ପରିଦର୍ଶନ କରିବା ସହ ଶିଶୁମାନଙ୍କ
ଧର୍ମେନ୍ଦ୍ର


ଭୁବନେଶ୍ୱର, 07 ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ

ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ନିରନ୍ତର ୨୫ ବର୍ଷର ଜନସେବା ; ସମର୍ପଣ ଓ ବିକାଶର ପ୍ରତୀକ । ଏହି ଗୌରବମୟ

ଅବସରରେ ଅନୁଗୋଳ ଜିଲ୍ଲା ତୁରଙ୍ଗ ସ୍ଥିତ ଅଙ୍ଗନଓ୍ୱାଡ଼ି(ଖ) କେନ୍ଦ୍ର ପରିଦର୍ଶନ କରିବା ସହ ଶିଶୁମାନଙ୍କ

ଗହଣରେ ସମୟ ଅତିବାହିତ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ

ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଶିଶୁଙ୍କ ଉତ୍ତମ

ସ୍ୱାସ୍ଥ୍ୟ ସହ ମାତୃ ସୁରକ୍ଷା ସଂକଳ୍ପକୁ ଆଗେଇ ନେବା ପାଇଁ ଡବଲ ଇଞ୍ଜିନ ସରକାର

ପ୍ରତିଶ୍ରୁତିବଦ୍ଧ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ୨୫ ବର୍ଷର

ଜନସେବା ଓ 'ସେବା

ସଙ୍କଳ୍ପ ଅଭିଯାନ' ଅବସରରେ ଅନୁଗୋଳ ତୁରଙ୍ଗ ଠାରେ ଅଙ୍ଗନଓ୍ୱାଡ଼ି,

ଆଶା କର୍ମୀ ଏବଂ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ

। ସରକାରୀ ଯୋଜନା ସହ ସମାଜର ଆନ୍ତରିକ ସହଯୋଗ ମିଶିଲେ ହିଁ ଆମ ଶିଶୁମାନଙ୍କ ସଠିକ୍ ପୋଷଣ,

ଉତ୍ତମ ଯତ୍ନ ଓ ଉଜ୍ଜ୍ୱଳ ଭବିଷ୍ୟତ ନିଶ୍ଚିତ ହୋଇପାରିବ ବୋଲି ସେ କହିଛନ୍ତି ।

ପ୍ରତ୍ୟେକ ଶିଶୁଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ କରି ସେମାନଙ୍କ ବିକାଶ କରିବା ଆମ ସମସ୍ତଙ୍କର

ନୈତିକ କର୍ତ୍ତବ୍ୟ। ଆମର ଆଗାମୀ ପିଢ଼ି ହିଁ ୨୦୩୬ 'ବିକଶିତ ଓଡ଼ିଶା'

ଓ ୨୦୪୭ 'ବିକଶିତ ଭାରତ'ର

ପ୍ରକୃତ ମୂଳଦୁଆ । ଆସନ୍ତୁ, ଶିଶୁମାନଙ୍କ ସୁସ୍ଥ ଜୀବନ, ସ୍ୱଚ୍ଛ ପରିବେଶ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଏହି ସଙ୍କଳ୍ପକୁ ଏକ ସଶକ୍ତ

ଜନଆନ୍ଦୋଳନରେ ପରିଣତ କରିବା ବୋଲି ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande