କୋରାପୁଟ ଜିଲାରେ ୫ମାସ ହେବ ମିଳୁନି ଭତ୍ତା : ଦୁର୍ଦ୍ଦିନରେ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ
ଜୟପୁର, 07 ଅକ୍ଟୋବର (ହି.ସ.) କୋରାପୁଟ ଜିଲାରେ ଗତ ୫ ମାସ ହେବ ମିଳୁନି ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା । ପରିଣତ ବୟସରେ ପ୍ରତ୍ୟେକ ମାସରେ ମିଳୁଥିବା ଏହି ଭତ୍ତା କୁ ଆଶ୍ରାକରି ସେମାନେ କୈାଣସି ପ୍ରକାର ଚଳି ଯାଉଥିଲେ । କିନ୍ତୁ ଗତ ୫ମାସ ହେବ ଭତ୍ତା ନମିଳିବାରୁ ଏହା ଉପରେ ଆଶ୍ରାକରି
କୋରାପୁଟ ଜିଲା ୫ମାସ ହେବ ମିଳୁନି ଭତ୍ତା : ଦୁର୍ଦ୍ଦିନରେ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ


ଜୟପୁର, 07 ଅକ୍ଟୋବର (ହି.ସ.) କୋରାପୁଟ ଜିଲାରେ ଗତ ୫ ମାସ ହେବ ମିଳୁନି ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା । ପରିଣତ ବୟସରେ ପ୍ରତ୍ୟେକ ମାସରେ ମିଳୁଥିବା ଏହି ଭତ୍ତା କୁ ଆଶ୍ରାକରି ସେମାନେ କୈାଣସି ପ୍ରକାର ଚଳି ଯାଉଥିଲେ । କିନ୍ତୁ ଗତ ୫ମାସ ହେବ ଭତ୍ତା ନମିଳିବାରୁ ଏହା ଉପରେ ଆଶ୍ରାକରି ଜୀବନ ବିତାଉଥିବା ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛଁନ୍ତି । ଭତ୍ତା ଟଙ୍କା ପାଇବା ନେଇ କୋରାପୁଟ ଜିଲାର କୋରାପୁଟ, ଜୟପୁର, ବୈପାରିଗୁଡା, ବୋରିଗୁମ୍ମା, କୁନ୍ଦୁରା, ଲମତାପୁଟ, କୋଟପାଡ ବ୍ଲକ କାଯ୍ୟଳୟ କୁ ଯାଇ ହିତାଧିକାରି ମାନେ ନୟାନ୍ତ ହେଲେଣି । ମଙ୍ଗଳବାର ଶହ ଶହ ହିତାଧିକାରି ବୈପାରିଗୁଡା ବିଡିଓ ଙ୍କ ବାରଣ୍ଡାରେ ଧାରଣା ଦେଇଥିଲେ । ପ୍ରଶାସନ ତରଫରୁ ଆଧାର ସହ ବ୍ୟାଙ୍କ ପାସ ବୁକ ଲିଙ୍କ କଲେ ଭତ୍ତା ଟଙ୍କା ଆସିବ ବୋଲି କହୁଛନ୍ତି । କିନ୍ତୁ ବହୁ ହିତାଧିକାରି ଆଧାର ଲିଙ୍କ କରିବା ପରେ ମଧ୍ୟ ଭତ୍ତା ଟଙ୍କା ଆସିନଥିବା ଅଭିଯୋଗ କରିଛନ୍ତି । ଗତ ତିନି ମାସ ତଳେ ମଧ୍ୟ ୪ ମାସ ର ଭତ୍ତା ଟଙ୍କା ଆସିନଥିବା ବେଳେ ବତ୍ତମାନ ବି ଭତ୍ତା ଟଙ୍କା ସମସ୍ୟା ରହିଛି । ରାଜ୍ୟ ଓ କେନ୍ଦ୍ର ସରକାର ସମାଜର ଅସହାୟ, ନିଃସ୍ୱ, ଦରିଦ୍ୟ ଓ ଭିନ୍ନକ୍ଷମମାନଙ୍କୁ ସାମାଜିକ ନିରାପତ୍ତା ଯୋଗାଇ ଦେଇ ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ନିମନ୍ତେ ଏଭଳି ଯୋଜନାମାନ ପ୍ରଣୟନ କରିଛନ୍ତି । କିନ୍ତୁ ଏହିସବୁ ସାମାଜିକ ନିରାପତ୍ତାଯୋଜନାର ସୁଫଳ ଯଦି ସେହିମାନଙ୍କୁ ନମିଳେ ଯାହାଙ୍କ ପାଇଁ ଏହା ପ୍ରଣୟନ ହୋଇଛି ତେବେ ଏତେସବୁ ଯୋଜନା କେବଳ ଯାହା କାଗଜ କଲମରେ ସିମିତ ହେବା ବ୍ୟତୀତ ଆଉ କିଛି ମାନେ ନାହିଁ ବୋଲି ଭତ୍ତା ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କ ପରିବାର ସଦସ୍ୟ କହିଛନ୍ତି । ସରକାରଙ୍କ ଏଭଳି ଯୋଜନାରେ ଯୋଡି ହୋଇଥିବା ନିଃସ୍ୱ, ଅସହାୟ,ଅବହେଳିତ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମମାନେ ଯଦି ସେଥିରୁ ବଞ୍ଚିତ ହୁଅନ୍ତି ଓ ଏହାମଧ୍ୟରେ କିଛି ଅଘଟଣ ଘଟେ ତେବେ ଏଭଳି ଯୋଜନାର ମୂଲ୍ୟ କ’ଣ ବୋଲି ହିତାଧିକାରୀମାନେ ପ୍ରଶ୍ନ କରିଛନ୍ତି । ଭତ୍ତା ଟଙ୍କା ଉପରେ ଭରସା କରି ନିଜ ପାଇ ଔଷଧ କିଣିବା ସହ ଅନ୍ୟ କାଯ୍ୟ କରିଥାନ୍ତି । ୬୦ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାସିକ ମାତ୍ର ଏକ ହଜାର ଟଙ୍କା, ୮୦ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାତ୍ର ମାସିକ ସାଢେ ୩ହଜାର ଟଙ୍କା ଯୋଗାଇବାରେ ବିଜେପି ସରକାର ବିଫଳ ହୋଇଛି ବୋଲି ବିରୋଧି ଦଳର ନେତା ମାନେ ଅଭିଯୋଗ କରିଛନ୍ତି । ଯେଉଁ ରାଜ୍ୟରେ ସରକାର ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ଅସହାୟମାନଙ୍କ ବିପଦରେ ଛିଡା ହୋଇପାରୁ ନାହାନ୍ତି ସେଠାରେ ସରକାର ଅନ୍ୟ ଦିଗ ପ୍ରତି କିପରି ଯତ୍ନବାନ

ହେବେ । ଏହି ଭିନ୍ନକ୍ଷମ ସରକାର କିପରି ଭିନ୍ନକ୍ଷମ ଲୋକମାନଙ୍କୁଭତ୍ତା ଦେବ ତାହା ଏବେ ଚିନ୍ତାର ବିଷୟ ଅଟେ । ତେଣୁ ରାଜ୍ୟ ସରକାର ତୁରନ୍ତ ଗିରବ, ବୃ୍ଦ୍ଧା ବୃଦ୍ଧ , ଭତ୍ତା ହିତାଧିକାରି ଙ୍କ ଭତ୍ତା ଟଙ୍କା ଦେବା ପାଇ ସାଧାରଣରେ ଦାବି ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande