ଓଡ଼ିଶା ବନ୍ଦ ଡାକରା ପ୍ରସଙ୍ଗରେ ବିଜେଡିର ୟୁ ଟର୍ଣ୍ଣ, କାଲିର ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରିବନି ବିଜେଡି
ଭୁବନେଶ୍ୱର, ୭ ଅକ୍ଟୋବର (ହି.ସ) - ଓଡ଼ିଶା ବନ୍ଦ ଡାକରା ପ୍ରସଙ୍ଗରେ ବିଜେଡିର ୟୁ ଟର୍ଣ୍ଣ, କାଲିର ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରିବନି ବିଜେଡି । ଆସନ୍ତାକାଲିର ଓଡ଼ିଶା ବନ୍ଦକୁ ନେଇ ବିଜେଡିର ଆଭିମୁଖ୍ୟ ବଦଳିଛି। କିଛି ସମୟ ବ୍ୟବଧାନରେ ବିଜେଡି ପ
ଓଡ଼ିଶା ବନ୍ଦ ଡାକରା     ପ୍ରସଙ୍ଗରେ ବିଜେଡିର ୟୁ ଟର୍ଣ୍ଣ, କାଲିର       ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରିବନି ବିଜେଡି


ଭୁବନେଶ୍ୱର, ୭ ଅକ୍ଟୋବର (ହି.ସ) - ଓଡ଼ିଶା ବନ୍ଦ ଡାକରା

ପ୍ରସଙ୍ଗରେ ବିଜେଡିର ୟୁ ଟର୍ଣ୍ଣ, କାଲିର ଓଡ଼ିଶା ବନ୍ଦ ଡାକରାକୁ

ସମର୍ଥନ କରିବନି ବିଜେଡି । ଆସନ୍ତାକାଲିର ଓଡ଼ିଶା ବନ୍ଦକୁ ନେଇ ବିଜେଡିର ଆଭିମୁଖ୍ୟ ବଦଳିଛି।

କିଛି ସମୟ ବ୍ୟବଧାନରେ ବିଜେଡି ପକ୍ଷରୁ ବନ୍ଦକୁ ନେଇ ଦୁଇଟି ଭିନ୍ନ ବୟାନ ଆସିଛି। ପ୍ରଥମେ

କହିଲେ, ବନ୍ଦ କରିବୁ ସମର୍ଥନ, ସୂଚନା ଦେବାର କିଛି ସମୟ ପରେ ବଦଳିଲା

ନିଷ୍ପତ୍ତି । ପ୍ରେସ୍ ମିଟ୍ ଡାକି ନିଷ୍ପତ୍ତି ବଦଳିଥିବାର ସୂଚନା ଦେଇଛନ୍ତି ପ୍ରମିଳା

ମଲ୍ଲିକ ।

ନବୀନ ନିବାସରେ ବୈଠକ ପରେ

ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ, ଆସନ୍ତାକାଲି ଇଣ୍ଡି ମେଂଟ

ପକ୍ଷରୁ ଆହ୍ୱାନ କରାଯାଇଥିବା ଓଡ଼ିଶା ବନ୍ଦକୁ ବିଜେଡି ସମର୍ଥନ କରିବ। ଏନେଇ ସେ ସ୍ପଷ୍ଟ ସୂଚନା

ଦେଇଥିଲେ । ଏପରିକି ସେ ଏହା ମଧ୍ୟ କହିଥିଲେ ଯେ ବିଜେଡି ଇଣ୍ଡି ମେଂଟରେ ଅଛି ।

ତେବେ ଏହାର କିଛି ସମୟ ପରେ

ନିଜ ମତ ବଦଳାଇଛନ୍ତି ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ବିଜେଡି ଆସନ୍ତାକାଲିର

କଂଗ୍ରେସର ବନ୍ଦ ଡାକରାକୁ ସମର୍ଥନ କରିବ ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande