
ଭଦ୍ରକ, ୭ ଅକ୍ଟୋବର (ହି.ସ.) - ଏହି ଜିଲାର ବନ୍ତ ବ୍ଲକ ଅଡାଳପଙ୍କସ୍ଥିତ ବାଳକୃଷ୍ଣ ଦାଶଶର୍ମା ସଂସ୍କୃତ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଚାଳାନା ପରିଷଦର ସଭାପତି ସମାଜସେବୀ ଲକ୍ଷ୍ମୀନାରାୟଣ ଦାଶଶର୍ମା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମହାବିିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ସଭ୍ୟ ଜିତେନ୍ଦ୍ର କୁମାର ଜେନା, ଅଧ୍ୟାପକ ବିଜୟ କୁମାର ଜେନା, ବିକାଶ ଚନ୍ଦ୍ର ଗାହାଣ, ପ୍ରଭୁପଦ ଦାସ, ଅଧ୍ୟାପିକା ବର୍ଷାରାଣୀ ନାୟକଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ଦେବଦାରୁ, ବଉଳ ପ୍ରଭୃତି ବୃକ୍ଷରୋପଣ କରାଯାଇଥିଲା । ପରିବେଶକୁ ସନ୍ତୁଳିତ କରିବା ଲକ୍ଷ୍ୟରେ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଛି ବୋଲିି ସଭାପତି ଶ୍ରୀ ଦାଶଶର୍ମା ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର କର୍ମଚାରୀ କୃପାସିନ୍ଧୁ ଖିଲାର ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ