ପୁରୀରେ ଆୟୋଜିତ ସେବା ଜ୍ୟୋତି ଯାତ୍ରାରେ ଯୋଗ ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର ୨୫ ବର୍ଷ ପୂର୍ତି ଅବସରରେ ପୁରୀଠାରେ ଆୟୋଜିତ ‘ସେବା ଜ୍ୟୋତି ଯାତ୍ରା’ରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡଡା ଯୋଗ ଦେଇଥିଲେ। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନସେବାକୁ ସଂକଳ୍ପ ଭାବେ ଆପଣ
dcm


ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର ୨୫ ବର୍ଷ ପୂର୍ତି ଅବସରରେ ପୁରୀଠାରେ ଆୟୋଜିତ ‘ସେବା ଜ୍ୟୋତି ଯାତ୍ରା’ରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡଡା ଯୋଗ ଦେଇଥିଲେ।

ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନସେବାକୁ ସଂକଳ୍ପ ଭାବେ ଆପଣାଇ ୨୫ ବର୍ଷ ଧରି ନିରନ୍ତର ସେବା ଓ ସମର୍ପଣ ସହ ମୋଦୀଜୀ ଦେଶକୁ ଏକ ନୂଆ ଦିଗ ଦେଇଛନ୍ତି । ଗରିବ କଲ୍ୟାଣ, ମହିଳା ସଶକ୍ତିକରଣ, ଯୁବ ଶକ୍ତିଙ୍କ ଉନ୍ନତି ଏବଂ ସର୍ବୋପରି ରାଷ୍ଟ୍ରର ବିକାଶ ପାଇଁ ତାଙ୍କ ପ୍ରୟାସ ଆଜି କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିପାରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande