
ଜୟପୁର, ୦୭ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲା ଜୟପୁରର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାରଠାରେ ମାତୃ କର୍ମଶାଳା ଅନୁଷ୍ଠିତ କରାଯାଇଥଛି । ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ସେଠୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସସ୍ମିତା ରାଓ ଆକାଶବାଣୀ ପ୍ରଚାରିକା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ମାଆ ମାନେ କେଉଁ ବିଷୟପ୍ରତି ଦୃଷ୍ଟି ଦେବା ଉଚିତ୍ ସେ ସମ୍ପର୍କରେ ଧାରଣା ଦେଇଥିଲେ। ଶିଶୁ ବାଟିକାର ଗୁରୁମା ମାନେ କ୍ରିୟାକଳାପ ମାଧ୍ୟମରେ ବିଭିନ୍ନ ହସ୍ତକର୍ମ ଏବଂ ବୁଦ୍ଧିବିକାଶ ଆଧାରିତ ପ୍ରଶ୍ନମଂଚ କରାଇବା ସହିତ ମିଶ୍ରିତ ରଙ୍ଗ ର ଧାରଣା ଦେଇଥିଲେ। କାର୍ଯ୍ୟକ୍ରମରେ ଶିଶୁ ୪୭ଜଣ ସହିତ ମାଆ ୮୭ ଜଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ଆଗେଇ ନେଇଥିଲେ ଅନ୍ୟତମ ଅତିଥି ଭାବରେ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପଣ୍ଡା ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ସମସ୍ତ ଗୁରୁମା ଓ ସେବକ ସେବିକା ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି