ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୟପୁର, ୦୭ ଅକ୍ଟୋବର (ହି.ସ.) - ଜୟପୁର ବ୍ଲକ ଅନ୍ତା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ଫାମ୍ପୁଣୀ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନ୍ତା ପଂଚାୟତର ସରପଂଚ ଶ୍ରୀ ବାବୁଲା ଦିଶାରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ


ଜୟପୁର, ୦୭ ଅକ୍ଟୋବର (ହି.ସ.) - ଜୟପୁର ବ୍ଲକ ଅନ୍ତା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ଫାମ୍ପୁଣୀ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନ୍ତା ପଂଚାୟତର ସରପଂଚ ଶ୍ରୀ ବାବୁଲା ଦିଶାରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସେହିପରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟଲକ୍ଷ୍ମୀ ଜେନା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବୁଦୁରାମ ହରିଜନ, ବରିଷ୍ଠ ଶିକ୍ଷକ ପ୍ରତାପ ଚନ୍ଦ୍ର ପଣ୍ଡା, ଶିକ୍ଷୟିତ୍ରୀ ଜ୍ୟୋତିରାଣୀ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଏଥିରେ ଫାମ୍ପୁଣୀ କ୍ଳଷ୍ଟରର ୧୫ ଟି ବିଦ୍ୟାଳୟରୁ ୨୦୦ ଜଣ ଛାତ୍ରଛାତ୍ରୀ ବକ୍ତୃତା, ସୃଜନଶୀଳ ଲିଖନ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସଂଗୀତ, ଦଳଗତ ନୃତ୍ୟ, ପି ଏମ ପୋଷଣ, ସୁନ୍ଦର ହସ୍ତାକ୍ଷର ଲିଖନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ। ଫାମ୍ପୁଣୀ କ୍ଲଷ୍ଟର ର ଆଂଚଳିକ ସାଧନ ସଂଯୋଜକ ଜ୍ୟୋତିଶଙ୍କର ତ୍ରିପାଠୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟିକୁ ଆୟୋଜନ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ବ୍ଲକ ସ୍ତରକୁ ଉତୀର୍ଣ୍ଣ ହେବା ସହ ଶେଷରେ ଉଦଯାପନୀ ଉତ୍ସବରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶିକ୍ଷକ ହରିହର ପଟ୍ଟନାୟକ, ମନୋରଞ୍ଜନ ପଲାଇ ମଂଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଫାମ୍ପୁଣୀ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande