ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ତିନିଦିନିଆ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଆରମ୍ଭ
ଜୟପୁର, ୦୭ ଅକ୍ଟୋବର (ହି.ସ.) - ଶିକ୍ଷାଦାନ ପ୍ରଣାଳୀରେ ଡିଜିଟାଲ୍ ପ୍ରଯୁକ୍ତିର ବ୍ୟବହାର ବଢ଼ୁଥିବା ବେଳେ ଶିକ୍ଷକ, ଶିକ୍ଷକ-ପ୍ରଶିକ୍ଷକ ଓ ଶିକ୍ଷକ ପ୍ରଶିକ୍ଷଣାର୍ଥୀଙ୍କୁ ନୂତନ ପ୍ରଯୁକ୍ତି ସହ ପରିଚିତ କରାଇବା ଲକ୍ଷ୍ୟରେ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ତିନିଦିନିଆ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଏଫ୍
ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ତିନିଦିନିଆ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଆରମ୍ଭ


ଜୟପୁର, ୦୭ ଅକ୍ଟୋବର (ହି.ସ.) - ଶିକ୍ଷାଦାନ ପ୍ରଣାଳୀରେ ଡିଜିଟାଲ୍ ପ୍ରଯୁକ୍ତିର ବ୍ୟବହାର ବଢ଼ୁଥିବା ବେଳେ ଶିକ୍ଷକ, ଶିକ୍ଷକ-ପ୍ରଶିକ୍ଷକ ଓ ଶିକ୍ଷକ ପ୍ରଶିକ୍ଷଣାର୍ଥୀଙ୍କୁ ନୂତନ ପ୍ରଯୁକ୍ତି ସହ ପରିଚିତ କରାଇବା ଲକ୍ଷ୍ୟରେ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ତିନିଦିନିଆ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଏଫ୍ଡିପି ଆରମ୍ଭ ହୋଇଛି। ସିଆଇଇଟି-ଏନ୍ସିଇଆର୍ଟି, ନୂଆଦିଲ୍ଲୀର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ୭ରୁ ୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ।

ଉଦଘାଟନୀ ଅଧିବେଶନରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ସେନାପତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଆଇସିଟି ଓ ଉଦୀୟମାନ ପ୍ରଯୁକ୍ତିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। କୁଳସଚିବ ମହେଶ୍ୱର ଚନ୍ଦ୍ର ନାୟକ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ। ସହକାରୀ ପ୍ରାଧ୍ୟାପକ କ୍ୟାପଟେନ୍ ଡ. ଲକ୍ଷ୍ମଣ ପାତ୍ର ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ଓ ସମ୍ବର୍ଦ୍ଧନା କାର୍ଯ୍ୟ ସମ୍ପାଦନ କରିଥିଲେ।

ସିଆଇଇଟି-ଏନ୍ସିଇଆର୍ଟିର ସହକାରୀ ପ୍ରାଧ୍ୟାପକ ଡ. ରୁଚି ଦ୍ୱିବେଦୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ରୂପରେଖା ସମ୍ପର୍କରେ ଅବଗତ କରାଇଥିଲେ। ବିଶ୍ୱବିଦ୍ୟାଳୟ ପିଜି ପରିଷଦ ଅଧ୍ୟକ୍ଷ ଡ. ପ୍ରଶାନ୍ତ କୁମାର ପାତ୍ର ବିଶେଷ ଅଭିଭାଷଣ ଦେଇଥିବାବେଳେ ସିଆଇଇଟି-ଏନ୍ସିଇଆର୍ଟିର ପ୍ରାଧ୍ୟାପକ ରାଜେନ୍ଦ୍ର ପାଲ ଉଦ୍ଘାଟନୀ ଅଭିଭାଷଣ ରଖିଥିଲେ।

ପ୍ରଥମ ଦିନରେ ଅଂଶଗ୍ରହଣକାରୀଙ୍କ ଦୀକ୍ଷା ପଞ୍ଜୀକରଣ, ପ୍ରି-ଟେଷ୍ଟ ଏବଂ ଦୀକ୍ଷା ଆପ୍ ଡାଉନ୍ଲୋଡ୍ ଭଳି କାର୍ଯ୍ୟକଳାପ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦୁଇ ଦିନରେ ଆଇସିଟି ଉପକରଣ, ଡିଜିଟାଲ୍ ଶିକ୍ଷା ପ୍ରଣାଳୀ ଓ ଉଦୀୟମାନ ପ୍ରଯୁକ୍ତିର ପ୍ରୟୋଗ ମାଧ୍ୟମରେ ଶିକ୍ଷାଦାନକୁ ଅଧିକ ପ୍ରଭାବୀ ଓ ଗୁଣାତ୍ମକ କରିବା ଉପରେ ବିଭିନ୍ନ ଅଧିବେଶନ ଅନୁଷ୍ଠିତ ହେବ।

ସିଆଇଇଟି-ଏନ୍ସିଇଆର୍ଟିର ମିଡିଆ ପ୍ରଡକ୍ସନ୍ ଡିଭିଜନ୍ ମୁଖ୍ୟ ପ୍ରଫେସର ଭାରତୀ ଧନ୍ୟବାଦ ଅର୍ପଣ କରିଥିଲେ। ଜାତୀୟ ସଙ୍ଗୀତ ସହ ଉଦ୍ଘାଟନୀ ଅଧିବେଶନର ପରିସମାପ୍ତି ଘଟିଥିଲା। ଶିକ୍ଷକମାନଙ୍କୁ ଡିଜିଟାଲ୍ ଶିକ୍ଷା ଓ ନୂତନ ପ୍ରଯୁକ୍ତିରେ ଅଧିକ ଦକ୍ଷ କରିବା ସହ ଶିକ୍ଷାଦାନର ମାନ ବୃଦ୍ଧିରେ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande