ଦେଶର ପ୍ରତ୍ୟେକ ଜିଲ୍ଲାରେ ୫ଜି ସେବା ପହଂଚିଛି : ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ, ୮ ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କହିଛନ୍ତି ଯେ, ଭାରତରେ ୫ଜି ନେଟୱାର୍କ ଦେଶର ପ୍ରତ୍ୟେକ ଜିଲ୍ଲାରେ ପହଂଚିଛି । ସେ ସୂଚନା ଦେଇଥିଲେ ଯେ, ଦେଶରେ ୫.୫ ଲକ୍ଷରୁ ଅଧିକ ୫ଜି ବେସ୍ ଷ୍ଟେସନ୍ କାର୍ଯ୍ୟକ୍ଷମ ରହିଛି ଏବଂ ୨୦୨୨ ତୁଳନାରେ ମୋବାଇଲ୍ ଇଂଟରନେଟ୍ ର ବେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ


ନୂଆଦିଲ୍ଲୀ, ୮ ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କହିଛନ୍ତି ଯେ, ଭାରତରେ ୫ଜି ନେଟୱାର୍କ ଦେଶର ପ୍ରତ୍ୟେକ ଜିଲ୍ଲାରେ ପହଂଚିଛି । ସେ ସୂଚନା ଦେଇଥିଲେ ଯେ, ଦେଶରେ ୫.୫ ଲକ୍ଷରୁ ଅଧିକ ୫ଜି ବେସ୍ ଷ୍ଟେସନ୍ କାର୍ଯ୍ୟକ୍ଷମ ରହିଛି ଏବଂ ୨୦୨୨ ତୁଳନାରେ ମୋବାଇଲ୍ ଇଂଟରନେଟ୍ ର ବେଗ ୧୦ ଗୁଣ ବୃଦ୍ଧି ପାଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀର ଯଶୋଭୂମି ଠାରେ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇ.ଏମ୍.ସି.) ୨୦୨୬ର ୧୦ମ ବାର୍ଷିକୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ଅଭିଭାଷଣରେ ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକ ଦଶନ୍ଧି ପୂର୍ବରୁ ଡିଜିଟାଲ ଦୂରତ୍ୱ ଏକ ବଡ଼ ଆହ୍ୱାନ ଥିଲା । ସେ ସୂଚନା ଦେଇଥିଲେ ଯେ, ଡିଜିଟାଲ ଇଣ୍ଡିଆ ଅଭିଯାନ ଜରିଆରେ ଆମେ ସ୍ଥିତିକୁ ବଦଳାଇ ଦେଇଛୁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଦେଶର ପ୍ରତ୍ୟେକ ଜିଲ୍ଲାରେ ୫ଜି ପହଂଚିଛି । ଭାରତରେ ୫.୫୦ ଲକ୍ଷରୁ ଅଧିକ ବେସ୍ ଷ୍ଟେସନ୍' ରହିଛି, ଯେଉଁଠାରୁ ୫ଜି ନେଟୱାର୍କ କାର୍ଯ୍ୟ କରୁଛି । ସେ କହିଥିଲେ ଯେ, ଦୂରସଂଚାର କ୍ଷେତ୍ରରେ ବିପ୍ଳବ ସହିତ ଗାଁର ପିଲାମାନେ ମଧ୍ୟ ଗୁଣାତ୍ମକ ଶିକ୍ଷା ପାଉଛନ୍ତି । ଆମ ପାଖରେ ଯେଉଁ ଡିଜିଟାଲ ଏବଂ ଅନଲାଇନ ଶିକ୍ଷା ମାଧ୍ୟମ ରହିଛି, ସେଥିରେ ୨୫ କୋଟି ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ଆମର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସରକାରୀ ସେବାକୁ ତ୍ୱରାନ୍ୱିତ କରିବାରେ ଡିଜିଟାଲ ସଂଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହାଦ୍ୱାରା ଲୋକଙ୍କ ଜୀବନ ସହଜ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande