କ୍ୟାନ୍ସର ଔଷଧ ହେବ ଶସ୍ତା, ରୋଗୀଙ୍କ ଉପରେ କମିବଆର୍ଥିକ ବୋଝ
ନୂଆଦିଲ୍ଲୀ, ୦୮ ଅକ୍ଟୋବର (ହି.ସ.) କ୍ୟାନ୍ସର ରୋଗୀଙ୍କ ପାଇଁ ଆଶ୍ୱସ୍ତି ଭରା ଖବର। ସରକାର କିଛି କ୍ୟାନ୍ସର ରୋଧୀ ଔଷଧ ଉପରେ ଦୋକାନୀ ଏବଂ ବିତରକଙ୍କ ଲାଭର ସୀମା ନିର୍ଦ୍ଧାରଣ କରିବାକୁ ନିଷ୍ପତି ନେଇଛନ୍ତି। ଏବେ ଏହି ଔଷଧଗୁଡ଼ିକ ଉପରେ ଟ୍ରେଡ୍ ମାର୍ଜିନ ସର୍ବାଧିକ ୩୦ ପ୍ରତିଶତ ପର୍ଯ୍ୟନ୍ତ ହିଁ ରଖାଯା
कैंसर की दवाएं


ନୂଆଦିଲ୍ଲୀ, ୦୮ ଅକ୍ଟୋବର (ହି.ସ.) କ୍ୟାନ୍ସର ରୋଗୀଙ୍କ ପାଇଁ ଆଶ୍ୱସ୍ତି ଭରା ଖବର। ସରକାର କିଛି କ୍ୟାନ୍ସର ରୋଧୀ ଔଷଧ ଉପରେ ଦୋକାନୀ ଏବଂ ବିତରକଙ୍କ ଲାଭର ସୀମା ନିର୍ଦ୍ଧାରଣ କରିବାକୁ ନିଷ୍ପତି ନେଇଛନ୍ତି। ଏବେ ଏହି ଔଷଧଗୁଡ଼ିକ ଉପରେ ଟ୍ରେଡ୍ ମାର୍ଜିନ ସର୍ବାଧିକ ୩୦ ପ୍ରତିଶତ ପର୍ଯ୍ୟନ୍ତ ହିଁ ରଖାଯାଇପାରିବ।

ଏହି ନିୟମ ବ୍ରାଣ୍ଡେଡ୍ ଏବଂ ଜେନେରିକ୍, ଦେଶରେ ନିର୍ମିତ ଏବଂ ବିଦେଶରୁ ଆମଦାନି ହେଉଥିବା ଔଷଧ ଉପରେ ଲାଗୁ ହେବ।

ସୂତ୍ର ଅନୁସାରେ ଏହି ନିଷ୍ପତି ଫଳରେ କିଛି କ୍ୟାନ୍ସର ଔଷଧର ସର୍ବାଧିକ ଖୁଚୁରା ମୂଲ୍ୟ ଅର୍ଥାତ୍ ଏମଆରପିରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଆସିପାରେ। ସରକାରଙ୍କ ଅନୁମାନ ଅନୁସାରେ ଏହି ନିଷ୍ପତି ଫଳରେ କ୍ୟାନ୍ସର ରୋଗୀ ଏବଂ ସେମାନଙ୍କ ପରିବାରକୁ ଚିକିତ୍ସା ଖର୍ଚ୍ଚରେ ବଡ଼ ଆଶ୍ୱସ୍ତି ମିଳିବ। ରୋଗୀମାନେ ପ୍ରତିବର୍ଷ ପ୍ରାୟ ୨,୫୦୦ କୋଟି ଟଙ୍କା ସଂଚୟ କରିପାରିବେ ବୋଲି ଆଶା କରାଯାଉଛି।

ଏହି ପଦକ୍ଷେପ ବର୍ଷ ୨୦୧୯ରେ ନିଆଯାଇଥିବା ନିଷ୍ପତିର ପରବର୍ତୀ କଡ଼ି ଅଟେ। ସେତେବେଳେ ୫୨୬ ବ୍ରାଣ୍ଡର ଔଷଧ ଉପରେ ଟ୍ରେଡ୍ ମାର୍ଜିନ ନିୟନ୍ତ୍ରଣ କରାଯାଇଥିଲା, ଯାହା ଫଳରେ ରୋଗୀମାନେ ବାର୍ଷିକ ପ୍ରାୟ ୯୮୪ କୋଟି ଟଙ୍କା ସଂଚୟ କରିଥିଲେ।

ସୂତ୍ର ଅନୁସାରେ ସରକାରଙ୍କ ଏହି ନୂଆ ନିଷ୍ପତିର ଉଦ୍ଦେଶ୍ୟ କ୍ୟାନ୍ସରର ଚିକିତ୍ସାକୁ ଅଧିକ ସୁଲଭ ଏବଂ ରୋଗୀଙ୍କ ପାଇଁ ସହଜ କରିବା।ଏହି ନିଷ୍ପତି ଫଳରେ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ଉପରେ ହେଉଥିବା ଆଉଟ୍-ଅଫ୍-ପକେଟ୍ ଖର୍ଚ୍ଚରେ ଯଥେଷ୍ଟ ହ୍ରାସ ଆସିବ ବୋଲି ଆଶା କରାଯାଉଛି।

--------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande