ଜଳବାୟୁ ବିପର୍ଯ୍ୟୟ ଉପରେ ଆଇପିୟୁ ସଭାରେ ନେପାଳର ପ୍ରସ୍ତାବ ଜରୁରୀକାଳୀନ ବିଷୟ ଭାବେ ଗ୍ରହଣ
ନୂଆଦିଲ୍ଲୀ, ୦୮ ଅକ୍ଟୋବର (ହି.ସ.)- ତାଞ୍ଜାନିଆର ଆରୁଶାରେ ଆୟୋଜିତ ଅନ୍ତଃସଂସଦୀୟ ସଂଘ (ଆଇପିୟୁ)ର ୧୫୩ତମ ସଭାରେ ନେପାଳ ଦ୍ୱାରା ପ୍ରସ୍ତାବିତ ଏବଂ ଭାରତ ସମେତ ଅନ୍ୟ ଦେଶଗୁଡ଼ିକ ଦ୍ୱାରା ସମର୍ôଥତ ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟର ମୁକାବିଲା ପାଇଁ ତତ୍କାଳ ସଂସଦୀୟ କାର୍ଯ୍ୟାନୁଷ୍ଠାନର ପ୍ରସ୍ତାବ ବୁଧବ
राज्यसभा के उपसभापति हरिवंश तंजानिया के अरुशा में आयोजित अंतर-संसदीय संघ (आईपीयू) की 153वीं सभा में


ନୂଆଦିଲ୍ଲୀ, ୦୮ ଅକ୍ଟୋବର (ହି.ସ.)- ତାଞ୍ଜାନିଆର ଆରୁଶାରେ ଆୟୋଜିତ ଅନ୍ତଃସଂସଦୀୟ ସଂଘ (ଆଇପିୟୁ)ର ୧୫୩ତମ ସଭାରେ ନେପାଳ ଦ୍ୱାରା ପ୍ରସ୍ତାବିତ ଏବଂ ଭାରତ ସମେତ ଅନ୍ୟ ଦେଶଗୁଡ଼ିକ ଦ୍ୱାରା ସମର୍ôଥତ ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟର ମୁକାବିଲା ପାଇଁ ତତ୍କାଳ ସଂସଦୀୟ କାର୍ଯ୍ୟାନୁଷ୍ଠାନର ପ୍ରସ୍ତାବ ବୁଧବାର ଜରୁରୀକାଳୀନ ବିଷୟ ଭାବେ ଗ୍ରହଣ କରାଯାଇଛି। ଭାରତୀୟ ସଂସଦୀୟ ପ୍ରତିନିଧିମଣ୍ଡଳ ପ୍ରସ୍ତାବକୁ କାର୍ଯ୍ୟସୂଚୀରେ ସାମିଲ କରିବା ପାଇଁ ହୋଇଥିବା ଭୋଟିଂରେ ଅଂଶଗ୍ରହଣ କରିଥିଲା।

ରାଜ୍ୟସଭାର ଉପସଭାପତି ହରିବଂଶଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧିମଣ୍ଡଳ ସଭାର ତୃତୀୟ ଦିନ ବିଭିନ୍ନ ବୈଠକ ଏବଂ ଆଲୋଚନାରେ ଅଂଶ ନେଇଥିଲା। ହରିବଂଶ ‘‘ସମାବେଶିତା, ବିଶ୍ୱାସ ଏବଂ ସମସ୍ତଙ୍କ ପାଇଁ ସୁଯୋଗ ମାଧ୍ୟମରେ ସୁଶାସନକୁ ପ୍ରୋତ୍ସାହିତ କରିବା ଏବଂ ସମୁଦାୟଗୁଡ଼ିକୁ ସଶକ୍ତ କରିବା’’ ବିଷୟ ଉପରେ ସାଧାରଣ ଆଲୋଚନାରେ ଅଂଶ ନେଇ ସାଂସଦମାନଙ୍କୁ ସ୍ୱଚ୍ଛତା ସୁଦୃଢ଼ କରିବା, ଉତରଦାୟିତ୍ୱ ବଜାୟ ରଖିବା ଏବଂ ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବାକୁ ଆହ୍ୱାନ କରିଥିଲେ।

ଆଇପିୟୁ ଅଧ୍ୟକ୍ଷ ଭୋଟିଂ ପରେ ଘୋଷଣା କରିଥିଲେ ଯେ ନେପାଳର ପ୍ରସ୍ତାବ ‘‘ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟର ମୁକାବିଲା କରିବା ଏବଂ ହିମାଳୟ ଅଂଚଳ ତଥା ଅନ୍ୟ ସମ୍ବେଦନଶୀଳ ଅଂଚଳଗୁଡ଼ିକରେ ଗତିଶୀଳତା ସୁଦୃଢ଼ କରିବା ପାଇଁ ତତ୍କାଳ ସଂସଦୀୟ କାର୍ଯ୍ୟାନୁଷ୍ଠାନ’’କୁ ଜରୁରୀକାଳୀନ ବିଷୟ ଭାବେ ଗ୍ରହଣ କରାଯାଇଛି।

ପ୍ରତିନିଧିମଣ୍ଡଳର ସଦସ୍ୟମାନେ ରୁଷିଆର ସଂଘୀୟ ସଭାର ସଂଘ ପରିଷଦର ଉପସଭାପତି କନଷ୍ଟାଂଟିନ କୋସାଚେଭଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ ଏବଂ ପାରସ୍ପରିକ ସ୍ୱାର୍ଥର ବିଷୟଗୁଡ଼ିକ ଉପରେ ଆଲୋଚନା କରିଥିଲେ। ହରିବଂଶ ଆଇପିୟୁର ନିବର୍ତମାନ ଅଧ୍ୟକ୍ଷ ତୁଲିଆ ଏକସନଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ ଏବଂ ସଂଗଠନର କାର୍ଯ୍ୟପ୍ରଣାଳୀକୁ ସମାବେଶୀ ଏବଂ ସଜୀବ କରିବା ତଥା ସଂସଦୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ତାଙ୍କ ପ୍ରୟାସର ପ୍ରଶଂସା କରିଥିଲେ।

ଏହି ସମୟରେ ଲୋକସଭା ସାଂସଦ ସଞ୍ଜୟ ଜୟସୱାଲ ବିଭିନ୍ନ ପିଢ଼ିରେ ମାନସିକ ସ୍ୱାସ୍ଥ୍ୟ, ଡିଜିଟାଲ ଅତିଭାର, ଆର୍ôଥକ ଚାପ ଏବଂ ଅନିଶ୍ଚିତତାର ମୁକାବିଲା ଉପରେ କର୍ମଶାଳାରେ ଅଂଶ ନେଇଥିଲେ। ଅପରାଜିତା ଷଡ଼ଙ୍ଗୀ ମିଳିତ ଜାତିସଂଘ ବ୍ୟାପାରର ସ୍ଥାୟୀ କମିଟିର ପ୍ୟାନେଲ ଆଲୋଚନାରେ ଅଂଶ ନେଇଥିଲେ, ଯେତେବେଳେ ବିଜୁଳି କଲିତା ମେଧୀ ବିଜ୍ଞାନ ଏବଂ ପ୍ରଯୁକ୍ତି ଉପରେ କାର୍ଯ୍ୟ ଗୋଷ୍ଠୀ ତଥା ସତତ ବିକାଶ ସମ୍ବନ୍ଧୀୟ ସ୍ଥାୟୀ କମିଟିର ଆଲୋଚନାରେ ଅଂଶ ନେଇଥିଲେ।

କମଲଜୀତ ସହରାୱତ ଅନ୍ତର୍ଜାତୀୟ ମାନବୀୟ ଆଇନ ଏବଂ ଅନ୍ତର୍ଜାତୀୟ ମାନବାଧିକାର ଆଇନର ପ୍ରବର୍ତନରେ ସଂସଦଗୁଡ଼ିକର ଭୂମିକା ଉପରେ ପ୍ୟାନେଲ ଆଲୋଚନାରେ ଅଂଶ ନେଇଥିଲେ। ସେ ଶିଶୁ ଅଧିକାର ପାଇଁ ନୈତିକ କୃତ୍ରିମ ବୁଦ୍ଧିମତାକୁ ପ୍ରୋତ୍ସାହିତ କରିବା ସମ୍ବନ୍ଧୀୟ କର୍ମଶାଳା ତଥା ଅନ୍ତର୍ଜାତୀୟ ମାନବୀୟ ଆଇନର ସମ୍ମାନ ସହ ଜଡ଼ିତ କମିଟିର ବୈଠକରେ ମଧ୍ୟ ଅଂଶ ନେଇଥିଲେ। ଲତା ୱାନଖେଡେ ପରିବର୍ତିତ ଜଳବାୟୁରେ ସୁସ୍ଥ ଖାଦ୍ୟର ଉପଲବ୍ଧତା ଉପରେ କର୍ମଶାଳାରେ ଅଂଶ ନେଇଥିଲେ।

ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ଶାନ୍ତି ଏବଂ ଅନ୍ତର୍ଜାତୀୟ ସୁରକ୍ଷା ଉପରେ ସ୍ଥାୟୀ କମିଟିର ବିଶେଷଜ୍ଞ ଶୁଣାଣିରେ ଅଂଶ ନେଇଥିଲେ। ଏଥିରେ ସଂଘର୍ଷ ସମୟରେ ସାମୁଦ୍ରିକ ସୁରକ୍ଷା ସୁଦୃଢ଼ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ଭିତିଭୂମିର ସୁରକ୍ଷା ମାଧ୍ୟମରେ ଅନ୍ତର୍ଜାତୀୟ ନୌପରିବହନ ତଥା ବିଶ୍ୱ ଆର୍ôଥକ ସ୍ଥିରତାର ସୁରକ୍ଷାରେ ସଂସଦଗୁଡ଼ିକର ଭୂମିକା ଉପରେ ଆଲୋଚନା ହୋଇଥିଲା।

ରାଜ୍ୟସଭାର ମହାସଚିବ ଆଇପିୟୁର ନବନିର୍ବାଚିତ ମହାସଚିବ ଆନ୍ଦା ଫିଲିପଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। ରାଜ୍ୟସଭା ସଚିବାଳୟ ଅନୁଯାୟୀ, ଆଇପିୟୁର ୧୩୭ ବର୍ଷର ଇତିହାସରେ ଆନ୍ଦା ଫିଲିପ ଏହି ପଦରେ ପହଂଚିଥିବା ପ୍ରଥମ ମହିଳା। ସେ ଗଣତନ୍ତ୍ର ଏବଂ ଶାନ୍ତିକୁ ପ୍ରୋତ୍ସାହନ ଦେବାରେ ଆଇପିୟୁର ପ୍ରୟାସ ପ୍ରତି ଭାରତର ସଂସଦର ସମ୍ପୂର୍ଣ୍ଣ ସମର୍ଥନର ଆଶ୍ୱାସନ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande