ମୁଖ୍ୟମନ୍ତ୍ରୀ ସୋରେନଙ୍କ ମା' ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ, ପରିବାର ପ୍ରତି ସମବେଦନା ଜ୍ଞାପନ
ରାଂଚି, ୮ ଅକ୍ଟୋବର (ହି.ସ.)- ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମାଆ ରୂପି ସୋରେନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟ ରେ ରୂପି ସୋରେନଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ସେ ହେମନ୍ତ ସୋରେନ, କଳ୍ପନା ସୋରେ
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମାଆ ରୂପି ସୋରେନଙ୍କ ବିୟୋଗ


ରାଂଚି, ୮ ଅକ୍ଟୋବର (ହି.ସ.)- ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମାଆ ରୂପି ସୋରେନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟ ରେ ରୂପି ସୋରେନଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ସେ ହେମନ୍ତ ସୋରେନ, କଳ୍ପନା ସୋରେନ ଏବଂ ସମଗ୍ର ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୁପୀ ସୋରେନଙ୍କ ବିୟୋଗରେ ଗୁରୁବାର ଦିନ ସାନ୍ତାଳୀ ଭାଷାରେ ଏକ୍ସ 'ରେ ଏକ ପୋଷ୍ଟ ଜରିଆରେ ଶୋକ ବ୍ୟକ୍ତ କରିଛନ୍ତି । ଆଦିବାସୀ ସମ୍ପ୍ରଦାୟର ସଶକ୍ତିକରଣ ପାଇଁ ରୂପି ସୋରେନଙ୍କ କାର୍ଯ୍ୟକୁ ସେ ସ୍ମରଣ କରିଥିଲେ ଏବଂ ତାଙ୍କ ବିୟୋଗକୁ ଦୁଃଖଦ ବୋଲି ବର୍ଣ୍ଣନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଦୁଃଖଦ ସମୟରେ ତାଙ୍କର ସମବେଦନା ହେମନ୍ତ ସୋରେନ, କଳ୍ପନା ସୋରେନ ଏବଂ ସେମାନଙ୍କ ପରିବାର ସହିତ ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ରୂପି ସୋରେନଙ୍କ ବିୟୋଗରେ ଗଭୀର ଦୁଃଖିତ । ସେ ସର୍ବଦା ଆଦିବାସୀ ସମ୍ପ୍ରଦାୟର ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ । ଏହି ଦୁଃଖଦ ସମୟରେ ହେମନ୍ତ ସୋରେନ, କଳ୍ପନା ଏବଂ ସେମାନଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ।

ପ୍ରଧାନମନ୍ତ୍ରୀଙ୍କ ଶୋକବାର୍ତାରେ ରୂପି ସୋରେନଙ୍କ ସାମାଜିକ ଅବଦାନ ସହିତ ସୋରେନ ପରିବାର ପ୍ରତି ମଧ୍ୟ ସମବେଦନା ଜ୍ଞାପନ କରାଯାଇଛି । ଏହି ଦୁଃଖଦ ସମୟରେ ସେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କଳ୍ପନା ସୋରେନ ଏବଂ ସେମାନଙ୍କ ଆତ୍ମୀୟଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା ତଥା ଜେଏମଏମ୍ ପ୍ରତିଷ୍ଠାତା ସ୍ୱର୍ଗତ ଶିବୁ ସୋରେନଙ୍କ ପତ୍ନୀ ରୂପି ସୋରେନଙ୍କ କୀଡ଼ନୀ ଫେଲ୍ ହେବା କାରଣରୁ ବୁଧବାର ରାତି ପ୍ରାୟ ୮ଟା ୪୦ ମିନିଟରେ ବରିୟାତୁ ରୋଡ ସ୍ଥିତ ହିଲ୍ ଭିଉ ଡାକ୍ତରଖାନାରେ ପରଲୋକ ଘଟିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande