ସାଉଦି ଆରବର ବିମାନବନ୍ଦର ଉପରେ ଆକ୍ରମଣକୁ ନିନ୍ଦା କଲା ଭାରତ
ନୂଆଦିଲ୍ଲୀ, ଅକ୍ଟୋବର 8 (ହି.ସ): ଗତ କିଛି ଦିନ ମଧ୍ୟରେ ସାଉଦି ଆରବର ରିୟାଦସ୍ଥିତ ଆଭା ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହୋଇଥିବା ଆକ୍ରମଣକୁ ଭାରତ ଗୁରୁବାର ଦିନ ତୀବ୍ର ନିନ୍ଦା କରିଛି। ଏହି ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ
विदेश मंत्रालय (MEA)


ନୂଆଦିଲ୍ଲୀ, ଅକ୍ଟୋବର 8 (ହି.ସ): ଗତ କିଛି ଦିନ ମଧ୍ୟରେ ସାଉଦି ଆରବର ରିୟାଦସ୍ଥିତ ଆଭା ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହୋଇଥିବା ଆକ୍ରମଣକୁ ଭାରତ ଗୁରୁବାର ଦିନ ତୀବ୍ର ନିନ୍ଦା କରିଛି। ଏହି ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପୁଣିଥରେ ଦୋହରାଇଛି ଯେ ବେସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରିବା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ। ଏହି ଆକ୍ରମଣରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମଧ୍ୟ ସେ ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ ବୋଲି ମନ୍ତ୍ରଣାଳୟ କହିଛି। ଆମେ ସାଉଦି ଆରବର ଲୋକ ଏବଂ ସରକାରଙ୍କ ସହ ଏକଜୁଟ ହୋଇ ଛିଡ଼ା ହୋଇଛୁ।

ଅକ୍ଟୋବର 6 ଏବଂ 7 ରେ ରିୟାଦର ଆଭା ଆନ୍ତର୍ଜାତୀୟ ବିମାନବନ୍ଦର ଏବଂ କିଙ୍ଗ ଖାଲିଦ ଆନ୍ତର୍ଜାତୀୟ ବିମାନବନ୍ଦରରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣରେ ତିନି ଜଣ ସାଧାରଣ ନାଗରିକ ନିହତ ଏବଂ 36 ଜଣ ଆହତ ହୋଇଥିଲେ।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande