ପଞ୍ଜାବ ପୌର ନିର୍ବାଚନକୁ ନେଇ ବିଜେପିର ଆଆପା ଉପରେ ଆକ୍ରମଣ, ସ୍ୱରାଜର ନାରା ଦେଇ କ୍ଷମତାକୁ ଆସିଥିବା ପାର୍ଟି ‘ଗୁଣ୍ଡାରାଜ’କୁ ଆସିଲା ଓହ୍ଲାଇ
ନୂଆଦିଲ୍ଲୀ, ୦୮ ଅକ୍ଟୋବର (ହି.ସ.)- ଭାରତୀୟ ଜନତା ପାର୍ଟି (ବିଜେପି) ପଞ୍ଜାବରେ ହୋଇଥିବା ପୌର ନିର୍ବାଚନକୁ ନେଇ ଆମ ଆଦମୀ ପାର୍ଟି (ଆଆପା) ସରକାର ଉପରେ ଗୁରୁତର ଅଭିଯୋଗ ଲଗାଇ କହିଛି ଯେ ରାଜ୍ୟରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରାଯାଇଛି। ପାର୍ଟି କହିଛି ଯେ ଭାରତରେ ଏହି ସମୟରେ ଦୁଇଟ
ପଞ୍ଜାବ ପୌର ନିର୍ବାଚନକୁ ନେଇ ବିଜେପିର ଆଆପା ଉପରେ ଆକ୍ରମଣ, ସ୍ୱରାଜର ନାରା ଦେଇ କ୍ଷମତାକୁ ଆସିଥିବା ପାର୍ଟି ‘ଗୁଣ୍ଡାରାଜ’କୁ ଆସିଲା ଓହ୍ଲାଇ


ନୂଆଦିଲ୍ଲୀ, ୦୮ ଅକ୍ଟୋବର (ହି.ସ.)- ଭାରତୀୟ ଜନତା ପାର୍ଟି (ବିଜେପି) ପଞ୍ଜାବରେ ହୋଇଥିବା ପୌର ନିର୍ବାଚନକୁ ନେଇ ଆମ ଆଦମୀ ପାର୍ଟି (ଆଆପା) ସରକାର ଉପରେ ଗୁରୁତର ଅଭିଯୋଗ ଲଗାଇ କହିଛି ଯେ ରାଜ୍ୟରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରାଯାଇଛି। ପାର୍ଟି କହିଛି ଯେ ଭାରତରେ ଏହି ସମୟରେ ଦୁଇଟି ବିଚାରଧାରା ମଧ୍ୟରେ ଲଢ଼େଇ ଚାଲିଛି- ଗୋଟିଏ ପଟେ ସମ୍ବିଧାନ ଏବଂ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ସମ୍ମାନ କରୁଥିବା ବିଚାରଧାରା ରହିଛି ତ ଅନ୍ୟ ପଟେ ବିରୋଧୀ ଦଳଗୁଡ଼ିକ ଦ୍ୱାରା ଅରାଜକତାର ପରିବେଶ ସୃଷ୍ଟି କରିବାର ପ୍ରୟାସ କରାଯାଉଛି।

ବିଜେପି ପ୍ରବକ୍ତା ଗୌରବ ଭାଟିଆ ଗୁରୁବାର ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ସୁପ୍ରିମକୋର୍ଟର ତିନି ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ପଞ୍ଜାବର ୫୦ଟି ୱାର୍ଡରେ ହୋଇଥିବା ନଗର ପୌର ନିର୍ବାଚନକୁ ରଦ୍ଦ କରିବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମେ ୨୦୨୬ରେ ହୋଇଥିବା ଏହି ସିଭିକ୍ ବଡି ନିର୍ବାଚନର ଦାୟିତ୍ୱ ରାଜ୍ୟ ସରକାରଙ୍କର ଥିଲା। ନିର୍ବାଚନ ପ୍ରକ୍ରିୟାକୁ ନେଇ ସାମ୍ନାକୁ ଆସିଥିବା ଅଭିଯୋଗ ପରେ ସୁପ୍ରିମକୋର୍ଟ ମାମଲାର ତଦନ୍ତ ପାଇଁ ଜଣେ ସଦସ୍ୟ ବିଶିଷ୍ଟ ଫ୍ୟାକ୍ଟ ଫାଇଣ୍ଡିଂ କମିଶନ ଗଠନ କରିଥିଲେ। ଏଥିପାଇଁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତ କରାଯାଇଥିଲା।

ବିଜେପି ନେତା କହିଛନ୍ତି ଯେ ତଦନ୍ତ କମିଶନ ନିଜ ରିପୋର୍ଟରେ ସୁପ୍ରିମକୋର୍ଟ ସମ୍ମୁଖରେ ରଖିଥିବା ତଥ୍ୟଗୁଡ଼ିକ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଗୁରୁତର ଚିନ୍ତାର ବିଷୟ।ପଟିଆଲା ନଗର ନିଗମ ସମ୍ପର୍କରେ କମିଶନ ପାଇଥିଲେ ଯେ ୧୩ଟି ୱାର୍ଡରେ ନିର୍ବାଚନ ପ୍ରକ୍ରିୟା ପ୍ରଭାବିତ ହୋଇଥିଲା କାରଣ ବିରୋଧୀ ପ୍ରାର୍ଥୀମାନଙ୍କୁ ନାମାଙ୍କନ ଦାଖଲ କରିବାରୁ ରୋକାଯାଇଥିଲା। ଅଭିଯୋଗ କରାଯାଇଥିଲା ଯେ ବିରୋଧୀ ଦଳ କିମ୍ବା ସ୍ୱାଧୀନ ପ୍ରାର୍ଥୀମାନଙ୍କର ନାମାଙ୍କନ ପତ୍ର ଛଡ଼ାଇ ନିଆଯାଇଥିଲା, ସେଗୁଡ଼ିକୁ ଚିରି ଦିଆଯାଇଥିଲା କିମ୍ବା ନଷ୍ଟ କରି ଦିଆଯାଇଥିଲା। ବିଜେପି କହିଛି ଯେ ଏହା କେବଳ ନିର୍ବାଚନରେ ହାର-ଜିତର ମାମଲା ନୁହେଁ ବରଂ ପ୍ରାର୍ଥୀମାନଙ୍କୁ ନିର୍ବାଚନ ଲଢ଼ିବାର ଅଧିକାରରୁ ହିଁ ବଂଚିତ କରିବାର ପ୍ରୟାସ।

---------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande