ସମ୍ବଲପୁରରେ ଇଣ୍ଡି ମେଣ୍ଟର ୧୨ ଘଣ୍ଟିଆ ବନ୍ଦ୍: ଟ୍ରେନ୍ ରୋକ୍ ଫେଲ୍

ସମ୍ବଲପୁର, ୦୮, ଅକ୍ଟୋବର (ହି.ସ.) ୪ ଦଫା ଦାବି ନେଇ ସମ୍ବଲପୁରରେ ଗୁରୁବାର କଂଗ୍ରେସ ନେତୃତ୍ଵାଧୀନ ଇଣ୍ଡିମେଣ୍ଟ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇ ରାଜରାସ୍ତାକୁ ଓହ୍ଲାଇଛି । ଗତ ବୁଧବାର ଏହି ବନ୍ଦ୍ ନେଇ ପୂର୍ବରୁ ସହରର ଲୋକଙ୍କୁ ସୂଚନା ଦେଇଥିବା ବେଳେ ଆଜି ସକାଳେ ସମ୍ବଲପୁର ରେଳ ଷ୍ଟେସନକୁ ଆନ୍ଦୋଳନକାରୀ ମାନେ ଯାଇ ଟ୍ରେନ୍ ଚଳାଚଳ ରୋକିବା ପାଇଁ ଉଦ୍ୟମ କରିଥିଲେ । ହେଲେ ଗୋଟିଏ ପଟେ ଆନ୍ଦୋଳନକାରୀଙ୍କ ସଂଖ୍ୟା ଅତି ନଗଣ୍ୟ ଥିଲା ବେଳେ ରେଳବାଇ କର୍ତ୍ତୃପକ୍ଷ ଟ୍ରେନ୍ ଚଳାଚଳ ଯେପରି ବାଧାପ୍ରାପ୍ତ ନହୁଏ ସେଥିପ୍ରତି ବ୍ୟାପକ ସତର୍କତା ପଦକ୍ଷେପ ଅବଲମ୍ବନ କରିଥିବା ଦେଖିବାକୁ ମିଳିଥିଲା । ଗୁରୁବାର ପ୍ରତ୍ୟୁଷରେ ସମ୍ବଲପୁର ରେଳ ଷ୍ଟେସନରେ ଆନ୍ଦୋଳନକାରୀଙ୍କ କୌଣସି ଦେଖା ଦର୍ଶନ ନଥିବା ବେଳେ ବ୍ୟାପକ ସଂଖ୍ୟାରେ ଖାକିବର୍ଦ୍ଧି ପିନ୍ଧା ସୁରକ୍ଷାକର୍ମୀ ଛାଉଣୀ ରହିଥିବା ଦେଖିବାକୁ ମିଳିଥିଲା । ରେଳ ଷ୍ଟେସନ ମଧ୍ୟକୁ ଯେପରି କୌଣସି ଆନ୍ଦୋଳନକାରୀ ଯାଇନପାରିବେ ସେଥିପାଇଁ କଡ଼ା ପଦକ୍ଷେପ ନିଆଯାଇଥିଲା । ଫଳରେ ଇଣ୍ଡିମେଣ୍ଟର ୧୨ ଘଣ୍ଟିଆ ବନ୍ଦ୍ ଡାକରା ସ୍ଵତ୍ବେ ଗୁରୁବାର ସକାଳେ ନିର୍ଦ୍ଧିଷ୍ଟ ସମୟରେ ସମ୍ବଲପୁର-ଦୁର୍ଗ ଓ ରାୟପୁର ଇଣ୍ଟସିଟି ଟ୍ରେନ ସମ୍ବଲପୁର ଷ୍ଟେସନରୁ ଛାଡ଼ିଥିବା ଦେଖିବାକୁ ମିଳିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande