
ସୁରତ, ୦୮ ଅକ୍ଟୋବର (ହି.ସ.)- କେନ୍ଦ୍ରୀୟ ବୟନ ମନ୍ତ୍ରୀ ଗିରିରାଜ ସିଂହ ୯ରୁ ୧୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ସୁରତ ସହର ଏବଂ ଜିଲ୍ଲା ଗସ୍ତରେ ରହିବେ। ଏହି ସମୟରେ ସେ ବୟନ ଶିଳ୍ପ ସହ ଜଡିତ ବିଭିନ୍ନ ସଂଗଠନ, ଉଦ୍ୟୋଗୀ, ଷ୍ଟାର୍ଟଅପ୍ ଏବଂ ଶିଳ୍ପ ୟୁନିଟ୍ର ପ୍ରତିନିଧିମାନଙ୍କ ସହ ବୈଠକ ଏବଂ ଆଲୋଚନା କରିବେ।
କେନ୍ଦ୍ରୀୟ ବୟନ ମନ୍ତ୍ରୀ ସିଂହ ୯ ଅକ୍ଟୋବରରେ ସକାଳ ୯:୩୦ରୁ ୧୧ଟା ପର୍ଯ୍ୟନ୍ତ ସର୍କିଟ୍ ହାଉସରେ ସୂତା ନିର୍ମାଣ ୟୁନିଟ୍ ଏବଂ ବୟନ ଯନ୍ତ୍ରପାତି ନିର୍ମାତାମାନଙ୍କ ସହ ବୈଠକ କରିବେ। ଏହାପରେ ସକାଳ ୧୧:୩୦ରୁ ଅପରାହ୍ନ ୨:୩୦ ପର୍ଯ୍ୟନ୍ତ ସରସାଣାସ୍ଥିତ ଏସ୍ଜିସିସିଆଇ ହଲ୍ରେ ‘ବିକାଶ ବିମର୍ଶ’ କାର୍ଯ୍ୟକ୍ରମରେ ସାମିଲ ହେବେ। ଏଥିରେ ଉତ୍ପାଦନ ଭିତିକ ପ୍ରୋତ୍ସାହନ ଯୋଜନା (ପିଏଲ୍ଆଇ), ମାନବ ନିର୍ମିତ ଫାଇବର ଶିଳ୍ପ, ଯୁବ ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପ୍ ସହ ଆଲୋଚନା ହେବ। ଅପରାହ୍ନ ୩ରୁ ୩:୩୦ ପର୍ଯ୍ୟନ୍ତ ଫୋଷ୍ଟା ଏବଂ ମିଲେନିୟମ୍ ଟେକ୍ସଟାଇଲ୍ ମାର୍କେଟ୍ ଗସ୍ତ କରିବେ। ସନ୍ଧ୍ୟା ୪ରୁ ୭ଟା ପର୍ଯ୍ୟନ୍ତ ହୋଟେଲ୍ ମ୍ୟାରିଅଟ୍ରେ ମ୍ୟାନ୍ଟ୍ରାର ୫୦ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ।
୧୦ ଅକ୍ଟୋବରରେ ଶିଳ୍ପ ୟୁନିଟ୍ଗୁଡ଼ିକର ଗସ୍ତ
୧୦ ଅକ୍ଟୋବରରେ ସକାଳ ୧୦ଟାରୁ ଅପରାହ୍ନ ୨:୧୫ ପର୍ଯ୍ୟନ୍ତ କେନ୍ଦ୍ରୀୟ ମନ୍ତ୍ରୀ ବିଭିନ୍ନ ଶିଳ୍ପ ୟୁନିଟ୍ଗୁଡ଼ିକର ଗସ୍ତ କରିବେ। ଏଥିରେ ହୋଜିୱାଲା ଇଣ୍ଡଷ୍ଟ୍ରିଆଲ୍ ଏରିଆର ଶିଫ୍ଲି ଏମ୍ବ୍ରଏଡରୀ ୟୁନିଟ୍, ଗୋକୁଲ ଆନନ୍ଦର ସୂତା ସ୍ପିନିଂ ୟୁନିଟ୍, ପଲସାଣାସ୍ଥିତ କୋଟେକ୍ସ ଲିନେନ୍ର ଲିନେନ୍ ବୁଣାଇ ୟୁନିଟ୍, ଅଲ୍ଟ୍ରା ଡେନିମ୍ ଲିମିଟେଡ୍ର ଏୟାର-ଜେଟ୍ ଲୁମ୍ ଏବଂ ପୋଷାକ ୟୁନିଟ୍ ତଥା ଆଦିତ୍ୟ ଟେକ୍ସଟାଇଲ୍ ସଲ୍ୟୁସନ୍ସର ହୋମ୍ ଟେକ୍ସଟାଇଲ୍ ଏବଂ ୱାଟର-ଜେଟ୍ ୟୁନିଟ୍ ସାମିଲ ଅଛି।
ଏହା ବ୍ୟତୀତ ସାଚିନ ଜିଆଇଡିସିରେ ଷ୍ଟିମ୍ ହାଉସ୍ କମନ୍ ବଏଲର୍ ଏବଂ ହିଟ୍ ରିକଭରୀ ୟୁନିଟ୍ର ମଧ୍ୟ ନିରୀକ୍ଷଣ କରିବେ। ଅପରାହ୍ନ ୩:୩୦ରୁ ୪:୩୦ ପର୍ଯ୍ୟନ୍ତ ସର୍କିଟ୍ ହାଉସରେ ପିଏମ୍ ମିତ୍ର ପାର୍କ ସମ୍ପର୍କରେ ନିବେଶକମାନଙ୍କ ସହ ବୈଠକ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ