
ଭୁବନେଶ୍ୱର, 08 ଅକ୍ଟୋବର (ହି.ସ.)- ମହିମା ଧର୍ମର
ପୂଜ୍ୟ ଦୀନବନ୍ଧୁ ବାବାଙ୍କ ସହ ସାକ୍ଷାତ କରି ତାଙ୍କର ସାନ୍ନିଧ୍ୟ ଓ ଆଶୀର୍ବାଦ ଲାଭ କରିଛନ୍ତି
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଆଲୋଚନା
ସମୟରେ ମହିମା ଧର୍ମର ମହାନ ସନ୍ଥ କବି ଭୀମଭୋଇଙ୍କ ଦ୍ୱାରା ରଚିତ ଅତ୍ୟନ୍ତ ପ୍ରାଚୀନ ତଥା
ଦୁର୍ଲଭ ତାଳପତ୍ର ପୋଥି ଦେଖିବାର ସୌଭାଗ୍ୟ ଲାଭ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ସେ କହିଛନ୍ତି ଯେ, ଏହି
ଦୁର୍ଲଭ ପ୍ରାଚୀନ ପୋଥି ଆମ ଓଡ଼ିଆ ସଂସ୍କୃତି,
ସାହିତ୍ୟ ଓ ମହିମା ଦର୍ଶନର ଏକ ଅମୂଲ୍ୟ ଐତିହ୍ୟ । ଏହାର ସଠିକ୍
ପରୀକ୍ଷଣ, ସୁରକ୍ଷା
ଓ ସଂରକ୍ଷଣ ପାଇଁ ସମସ୍ତ ଆବଶ୍ୟକୀୟ ଦାୟିତ୍ୱ ନିଆଯିବ,
ଯାହାଦ୍ୱାରା ଆମର ଆଗାମୀ ପିଢ଼ି ଏହି ମହାନ୍ ଐତିହ୍ୟ ସହ ଯୋଡ଼ି
ହୋଇରହିପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା