
ଭୁବନେଶ୍ୱର, 08 ଅକ୍ଟୋବର (ହି.ସ.)- ମୁନ୍ସୀ ପ୍ରେମଚାନ୍ଦ ଓ ଜୟପ୍ରକାଶ ନାରାୟଣଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।
ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ‘ଉପନ୍ୟାସ ସମ୍ରାଟ’ ମୁନ୍ସୀ ପ୍ରେମଚାନ୍ଦ ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ପ୍ରେମଚନ୍ଦ ଜୀ ତାଙ୍କ ସାହିତ୍ୟ ମାଧ୍ୟମରେ ସାଧାରଣ ଜନଜୀବନର ବାସ୍ତବତା, ସଂଘର୍ଷ ଓ ସମ୍ବେଦନାକୁ ସ୍ୱର ପ୍ରଦାନ କରିଥିଲେ। ତାଙ୍କର କାଳଜୟୀ ସାହିତ୍ୟ ଆଜି ମଧ୍ୟ ପାଠକ ଓ ସାହିତ୍ୟିକମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି।
ଅନ୍ୟ ଏକ ବାର୍ତ୍ତା ଜାରି କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଗଣତନ୍ତ୍ର ଓ ସାମାଜିକ ନ୍ୟାୟର ପ୍ରଖର ପ୍ରହରୀ ‘ଲୋକନାୟକ’ ଜୟପ୍ରକାଶ ନାରାୟଣ ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ କୋଟି କୋଟି ନମନ। ଜରୁରୀକାଳ ସମୟରେ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ସେ ନିର୍ଭୀକ ଭାବେ ସ୍ୱର ଉତ୍ତୋଳନ କରିଥିଲେ। ତାଙ୍କର ‘ସମ୍ପୂର୍ଣ୍ଣ କ୍ରାନ୍ତି’ର ଆହ୍ୱାନ ଆଜି ମଧ୍ୟ ଦେଶବାସୀଙ୍କୁ ଗଣତନ୍ତ୍ର ପ୍ରତି ଅତୁଟ ପ୍ରତିବଦ୍ଧତାର ପ୍ରେରଣା ଦେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା