
ଭୁବନେଶ୍ୱର, 08 ଅକ୍ଟୋବର (ହି.ସ.)- ଆଜି ଭାରତୀୟ ବାୟୁ ସେନା ଦିବସ । ଏହି ଅବସରରେ ବାୟୁ ଯୋଦ୍ଧାମାନଙ୍କୁ ସଲାମ୍ ଜଣାଇଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି କହିଛନ୍ତି ଯେ, ଭାରତୀୟ ବାୟୁସେନା ଦିବସ ଅବସରରେ ସାହସ, ଶୃଙ୍ଖଳା ଓ ଅବିଚଳ ସମର୍ପଣର ସହ ଆମ ଆକାଶମଣ୍ଡଳର ସୁରକ୍ଷା କରୁଥିବା ସାହସୀ ବାୟୁ ଯୋଦ୍ଧାମାନଙ୍କୁ ଗର୍ବର ସହ ସଲାମ। ସେମାନଙ୍କର ସେବା ଏକ ଆତ୍ମବିଶ୍ୱାସୀ ଭାରତର ଶକ୍ତି ଓ ଦୃଢ଼ ସଂକଳ୍ପର ପ୍ରତିଫଳନ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତୀୟ ବାୟୁସେନା ଦିବସ ଅବସରରେ ଦେଶ ପ୍ରତି ସାହସ, ପ୍ରତିବଦ୍ଧତା ଓ ଅବିଚଳ ସେବା ପାଇଁ ଭାରତୀୟ ବାୟୁସେନାର ସାହସୀ ବାୟୁ ଯୋଦ୍ଧାମାନଙ୍କୁ ଆମେ ସଲାମ ଜଣାଉଛୁ। ଭାରତର ଆକାଶସୀମା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ସେମାନଙ୍କର ବୀରତା ଓ ବଳିଦାନ ପ୍ରତ୍ୟେକ ନାଗରିକଙ୍କୁ ପ୍ରେରଣା ଯୋଗାଏ। ଆମର ବାୟୁ ଯୋଦ୍ଧାମାନେ ସର୍ବଦା ଉଚ୍ଚରେ ଉଡ଼ି ଗର୍ବ ଓ ଗୌରବର ସହ ଦେଶର ସେବା ଜାରି ରଖନ୍ତୁ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତାରେ କହିଛନ୍ତି ଯେ, ଭାରତୀୟ ବାୟୁସେନା ଦିବସ ଅବସରରେ ସାହସ, ନିଖୁଣତା ଓ ଅବିଚଳ ସମର୍ପଣର ସହ ଭାରତର ଆକାଶସୀମାକୁ ସୁରକ୍ଷା ପ୍ରଦାନ କରୁଥିବା ସାହସୀ ବାୟୁ ଯୋଦ୍ଧାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ସେମାନଙ୍କର ସେବା ଆମ ରାଷ୍ଟ୍ରର ଶକ୍ତି, ସତର୍କତା ଓ ଅଦମ୍ୟ ମନୋବଳର ପ୍ରତିଫଳନ।
ପ୍ରଭାତି ପରିଡା ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତୀୟ ବାୟୁସେନା ଦିବସ ଅବସରରେ ଆକାଶରେ ନିର୍ଭୀକ ଭାବେ ଦେଶର ସୁରକ୍ଷା କରୁଥିବା ଆମ ସାହସୀ ବାୟୁ ଯୋଦ୍ଧାମାନଙ୍କୁ ହୃଦୟରୁ ସଲାମ। ସାହସ, ବୀରତା ଓ ଅବିଚଳ ସମର୍ପଣର ସହ ସେମାନେ ଦେଶର ସୁରକ୍ଷା ପାଇଁ ସର୍ବଦା ନିୟୋଜିତ ରହିଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଆମ ଦେଶର ଆକାଶ ମାର୍ଗକୁ ସୁରକ୍ଷିତ ରଖିବା ସହ ଅସାଧାରଣ ସାହସ, ଶୌର୍ଯ୍ୟ ଓ ସମର୍ପଣ ଭାବ ପ୍ରଦର୍ଶନ କରୁଥିବା ସମସ୍ତ ବାୟୁସେନା ଯୋଦ୍ଧାଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ବୀର ଶହୀଦଙ୍କୁ ବିନମ୍ର ପ୍ରଣାମ। ଭାରତୀୟ ବାୟୁସେନାର ଅସୀମ ସାହସ ଓ ଦେଶସେବା ପ୍ରତିଟି ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଉଡ଼ାଣ ନେଉଥିବା ସାହସ। ଭାରତୀୟ ବାୟୁସେନା ଦିବସ ଅବସରରେ ଅତୁଳନୀୟ ସାହସ, ଶୃଙ୍ଖଳା ଓ ସମର୍ପଣର ସହ ଆମ ଆକାଶସୀମାର ସୁରକ୍ଷା ପାଇଁ ନିୟୋଜିତ ଭାରତୀୟ ବାୟୁସେନାର ସାହସୀ ଯବାନ ଓ ମହିଳା ବାୟୁ ଯୋଦ୍ଧାମାନଙ୍କୁ ସଲାମ। ସେମାନଙ୍କର ବୀରତା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଦିଏ। ସେମାନଙ୍କର ସର୍ବଦା ପ୍ରସ୍ତୁତି ଭାରତକୁ ସୁରକ୍ଷିତ ରଖେ। ଆମ ଆକାଶର ରକ୍ଷକମାନଙ୍କୁ ସଲାମ!
........
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା