ଦିଲ୍ଲୀରେ ୩୪ ଆଇଏଏସ୍, ଡାନିକ୍ସ ଅଧିକାରୀଙ୍କ ବଦଳି
ନୂଆଦିଲ୍ଲୀ, ୯ ଅକ୍ଟୋବର (ହି.ସ.)- ଦିଲ୍ଲୀ ସରକାର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଏବଂ ଦିଲ୍ଲୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ସିଭିଲ୍ ସର୍ଭିସ୍ (ଡାନିକ୍ସ) ର ୩୪ ଜଣ ଅଧିକାରୀଙ୍କୁ ସ୍ଥାନାନ୍ତର କରିଛନ୍ତି । ଦିଲ୍ଲୀ ସରକାରଙ୍କ କାର୍ମିକ ବିଭାଗ ଉପରାଜ୍ୟପାଳଙ୍କ ଅନୁମୋଦନ ସହିତ ଅକ୍ଟୋବର
ଦିଲ୍ଲୀରେ ୩୪ ଆଇଏଏସ୍, ଡାନିକ୍ସ ଅଧିକାରୀଙ୍କ ବଦଳି


ନୂଆଦିଲ୍ଲୀ, ୯ ଅକ୍ଟୋବର (ହି.ସ.)- ଦିଲ୍ଲୀ ସରକାର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଏବଂ ଦିଲ୍ଲୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ସିଭିଲ୍ ସର୍ଭିସ୍ (ଡାନିକ୍ସ) ର ୩୪ ଜଣ ଅଧିକାରୀଙ୍କୁ ସ୍ଥାନାନ୍ତର କରିଛନ୍ତି ।

ଦିଲ୍ଲୀ ସରକାରଙ୍କ କାର୍ମିକ ବିଭାଗ ଉପରାଜ୍ୟପାଳଙ୍କ ଅନୁମୋଦନ ସହିତ ଅକ୍ଟୋବର ୮ ତାରିଖରେ ଜାରି ହୋଇଥିବା ଏକ ଆଦେଶ ଅନୁଯାୟୀ ୩୪ ଜଣ ଅଧିକାରୀଙ୍କ ଦାୟିତ୍ୱରେ ଅଦଳବଦଳ କରିଛି । କେତେକ ବରିଷ୍ଠ ଅଧିକାରୀଙ୍କୁ ଅତିରିକ୍ତ ବିଭାଗର ଦାୟିତ୍ୱ ଦିଆଯାଇଥିବା ବେଳେ କେତେକ ଅଧିକାରୀଙ୍କୁ ସେମାନଙ୍କ ବର୍ତମାନର ଦାୟିତ୍ୱରେ ପରିବର୍ତନ କରାଯାଇଛି । ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେବ ।

ଏହି ଆଦେଶ ଅନୁଯାୟୀ, ୧୯୯୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ ବିପୁଲ ପାଠକଙ୍କୁ ଅତିରିକ୍ତ ମୁଖ୍ୟ ସଚିବ (ସମାଜ କଲ୍ୟାଣ) ସହିତ ଦିଲ୍ଲୀ ସମବାୟ ଗୃହ ନିର୍ମାଣ ଅର୍ଥ ନିଗମ, ଦିଲ୍ଲୀ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ ଅର୍ଥ ଏବଂ ବିକାଶ ନିଗମ ତଥା ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ତାଙ୍କୁ ଅର୍ଥ କମିଶନରଙ୍କ ଦାୟିତ୍ୱ ମଧ୍ୟ ଦିଆଯାଇଛି ।

ସେହିପରି ୧୯୯୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶାନ୍ତ ଗୋୟଲଙ୍କୁ ଅତିରିକ୍ତ ମୁଖ୍ୟ ସଚିବ (ଶକ୍ତି) ସହିତ ଦିଲ୍ଲୀ ଅର୍ଥ ନିଗମ, ଦିଲ୍ଲୀ ରାଜ୍ୟ ନାଗରିକ ଯୋଗାଣ ନିଗମ, ପ୍ରଶାସନିକ ସଂସ୍କାର ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଦାୟିତ୍ୱ ଦିଆଯାଇଛି । ୧୯୯୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ନବୀନ କୁମାର ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେ ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ବିଭାଗ ତଥା ଖାଦ୍ୟ ଓ ନାଗରିକ ଯୋଗାଣ ବିଭାଗର ଦାୟିତ୍ୱ ମଧ୍ୟ ସମ୍ଭାଳିବେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande