ଦିଲ୍ଲୀରେ ବିକ୍ଷୋଭକୁ ଦୃଷ୍ଟିରେ ରଖି ଶନିବାର ଦିନ ଅନେକ ଟ୍ରେନ୍ ବାତିଲ
ନୂଆଦିଲ୍ଲୀ, ଅକ୍ଟୋବର ୯ (ହି.ସ.) - ଅକ୍ଟୋବର ୧୦, ଶନିବାର ଦିନ ଦିଲ୍ଲୀରେ ପ୍ରସ୍ତାବିତ ବିକ୍ଷୋଭ ଏବଂ ଟ୍ରାଫିକ୍ ପରାମର୍ଶକୁ ଦୃଷ୍ଟିରେ ରଖି ଉତର ରେଳବାଇ ଅନେକ ଟ୍ରେନ୍ ବାତିଲ କରିବାକୁ ନିଷ୍ପତି ନେଇଛି। ଉତର ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ ଶୁକ୍ରବାର ଦିନ ଏକ ବିବ
ଦିଲ୍ଲୀରେ ବିକ୍ଷୋଭକୁ ଦୃଷ୍ଟିରେ ରଖି ଶନିବାର ଦିନ ଅନେକ ଟ୍ରେନ୍ ବାତିଲ


ନୂଆଦିଲ୍ଲୀ, ଅକ୍ଟୋବର ୯ (ହି.ସ.) - ଅକ୍ଟୋବର ୧୦, ଶନିବାର ଦିନ ଦିଲ୍ଲୀରେ ପ୍ରସ୍ତାବିତ ବିକ୍ଷୋଭ ଏବଂ ଟ୍ରାଫିକ୍ ପରାମର୍ଶକୁ ଦୃଷ୍ଟିରେ ରଖି ଉତର ରେଳବାଇ ଅନେକ ଟ୍ରେନ୍ ବାତିଲ କରିବାକୁ ନିଷ୍ପତି ନେଇଛି।

ଉତର ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ ଶୁକ୍ରବାର ଦିନ ଏକ ବିବୃତିରେ କହିଛନ୍ତି ଯେ ସକାଳ ୪ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପ୍ରସ୍ତାବିତ ବିକ୍ଷୋଭ ଯୋଗୁଁ ନୂଆଦିଲ୍ଲୀ, ହଜରତ ନିଜାମୁଦ୍ଦିନ ଏବଂ ତିଲକ ବ୍ରିଜ ରେଳ ଷ୍ଟେସନକୁ ଟ୍ରେନ୍ ଚଳାଚଳ ପ୍ରଭାବିତ ହେବ।

ରେଳବାଇ ଦ୍ୱାରା ଜାରି କରାଯାଇଥିବା ତାଲିକା ଅନୁଯାୟୀ, ଅକ୍ଟୋବର ୯ ଏବଂ ୧୦ ରେ ଚାଲିବାକୁ ଥିବା ଅନେକ ପ୍ରମୁଖ ଟ୍ରେନ୍ ବାତିଲ କରାଯାଇଛି। ଏଗୁଡ଼ିକ ମଧ୍ୟରେ ମଗଧ ଏକ୍ସପ୍ରେସ୍, ତେଜସ୍ ରାଜଧାନୀ ଏକ୍ସପ୍ରେସ୍, ସମ୍ପୂର୍ଣ୍ଣ କ୍ରାନ୍ତି ଏକ୍ସପ୍ରେସ୍, ଅମୃତ ଭାରତ ଏକ୍ସପ୍ରେସ୍, ପ୍ରୟାଗରାଜ ଏକ୍ସପ୍ରେସ୍ ଏବଂ ଶ୍ରମ ଶକ୍ତି ଏକ୍ସପ୍ରେସ୍ ଭଳି ଟ୍ରେନ୍ ରହିଛି। ଏହା ବ୍ୟତୀତ କାନପୁର, ଆଗ୍ରା, ବନାରସ, କାସଗଞ୍ଜ ଏବଂ ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ଅନ୍ୟ କେତେକ ଟ୍ରେନ୍ ମଧ୍ୟ ପ୍ରଭାବିତ ହେବ।

ଇସଲାମପୁରରୁ ନୂଆଦିଲ୍ଲୀ ଯାଉଥିବା ୨୦୮୦୧ ମଗଧ ଏକ୍ସପ୍ରେସ୍, ରାଜେନ୍ଦ୍ର ନଗରରୁ ଆସୁଥିବା ୧୨୩୦୯ ତେଜସ୍ ରାଜଧାନୀ ଏକ୍ସପ୍ରେସ୍, ୧୨୩୯୩ ସମ୍ପୂର୍ଣ୍ଣ କ୍ରାନ୍ତି ଏକ୍ସପ୍ରେସ୍ ଏବଂ ୨୨୩୬୧ ଅମୃତ ଭାରତ ଏକ୍ସପ୍ରେସ୍ ବାତିଲ କରାଯାଇଛି। କାନପୁର ସେଂଟ୍ରାଲରୁ ନୂଆଦିଲ୍ଲୀ ଯାଉଥିବା ୧୨୦୩୩ ଶତାବ୍ଦୀ ଏକ୍ସପ୍ରେସ୍, ପ୍ରୟାଗରାଜରୁ ଆସୁଥିବା ୧୨୪୧୭ ପ୍ରୟାଗରାଜ ଏକ୍ସପ୍ରେସ୍ ଏବଂ ୧୨୨୭୫ ହମସଫର ଏକ୍ସପ୍ରେସ୍ ମଧ୍ୟ ପ୍ରଭାବିତ ଟ୍ରେନ୍ ମଧ୍ୟରେ ରହିଛି।

ଏହା ବ୍ୟତୀତ ୧୨୪୫୧ ଶ୍ରମଶକ୍ତି ଏକ୍ସପ୍ରେସ୍, ଆଗ୍ରା କ୍ୟାଂଟରୁ୧୪୨୧ ଇଂଟରସିଟି, ବନାରସରୁ ୧୨୫୫୯ ଏବଂ ୧୨୫୮୧ ଟ୍ରେନ୍, କାସଗଞ୍ଜରୁ ୧୫୩୦୩ ଏବଂ ଲକ୍ଷ୍ନୌରୁ ୮୨୫୦୧ ତେଜସ୍ ଏକ୍ସପ୍ରେସ୍ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଜବଲପୁରରୁ ହଜରତ ନିଜାମୁଦ୍ଦିନକୁ ଆସୁଥିବା ଟ୍ରେନ୍ ୨୨୧୮୧, ୧୨୧୮୯ ଏବଂ ୧୨୧୨୧ ପ୍ରଭାବିତ ହେବ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande