
ସୁରଟ, ୦୯ ଅକ୍ଟୋବର(ହି.ସ.) – କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ଶୁକ୍ରବାର ଦିନ ତିନି ଦିନିଆ ଗସ୍ତରେ ଗୁଜରାଟର ସୁରଟରେ ପହଂଚିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ପାଇଁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦାବି ଉପରେ ସେ ଆକ୍ରମଣ କରିଥିଲେ। ରାହୁଲ ଗାନ୍ଧୀ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଚାହୁଁଛନ୍ତି କି? ଆଜି ବୟନ ଶିଳ୍ପ ଗସ୍ତ ସମୟରେ ସେ ସର୍କିଟ ହାଉସରେ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତର ଦେଉଥିଲେ।
କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସିଂ ରାହୁଲ ଗାନ୍ଧୀଙ୍କ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ବୟନ ଶିଳ୍ପ ଶ୍ରମିକଙ୍କ ସାପ୍ତାହିକ ଛୁଟି ଏବଂ ଦେଶର ଅର୍ଥନୀତି ସମେତ ତାଙ୍କର ରାଜନୈତିକ କାର୍ଯ୍ୟକଳାପ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ପାଇଁ ରାହୁଲ ଗାନ୍ଧୀଙ୍କ ଦାବି ଉପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଯଦି ରାହୁଲ ଗାନ୍ଧୀ ନିଜକୁ ଅଯୋଗ୍ୟ ବୋଲି ବିବେଚନା କରନ୍ତି, ତେବେ ସେ ଲୋକସଭାରୁ ଇସ୍ତଫା ଦେବା ଉଚିତ୍, କିନ୍ତୁ ଜ୍ଞାନେଶ କୁମାର ଇସ୍ତଫା ଦେବେ ନାହିଁ। ରାହୁଲଙ୍କ ଦିଲ୍ଲୀ ଚଲୋ' ଆହ୍ୱାନ ଏବଂ ବିରୋଧୀଙ୍କ ଆନ୍ଦୋଳନ ଉପରେ ପ୍ରତିକ୍ରିୟା ଦେଇ ସେ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ ଦେଶରେ ବାଂଲାଦେଶ ଏବଂ ନେପାଳ ଭଳି ଅରାଜକତାର ବାତାବରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି।
ସୁରଟର ବୟନ ଶିଳ୍ପରେ ଶ୍ରମିକମାନଙ୍କୁ ସାପ୍ତାହିକ ଛୁଟି ନମିଳିବା, ଛୁଟି ମାଗିବା କାରଣରୁ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯିବା ଏବଂ ୧୨ ଘଂଟା କାମ କରିବାକୁ ବାଧ୍ୟ କରାଯିବା ସହ ଜଡ଼ିତ ପ୍ରଶ୍ନ ମଧ୍ୟ ଏହି ଆଲୋଚନାରେ ଉଠାଯାଇଥିଲା। ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ସିଂ କହିଛନ୍ତି ଯେ ମିଲ୍ ମାଲିକ ଏବଂ ଶ୍ରମିକମାନେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ସେ କହିଥିଲେ ଯେ ମିଲ୍ ମାଲିକ ଏବଂ ଶ୍ରମିକଙ୍କ ମଧ୍ୟରେ ଥିବା ସମ୍ପର୍କକୁ ସେ ବିରୋଧ କରନ୍ତି ନାହିଁ ଏବଂ ଉଭୟ ପକ୍ଷ ମଧ୍ୟରେ ଉତମ ସମନ୍ୱୟ ରହିବା ଉଚିତ। ସେ ଏହା ମଧ୍ୟ କହିଛନ୍ତି ଯେ ସେମାନେ ଅଧିକ କଥାବାର୍ତା କରିବେ ଏବଂ ତା’ପରେ ପ୍ରଶ୍ନର ଉତର ଦେବେ। ସାପ୍ତାହିକ ଛୁଟି, କାର୍ଯ୍ୟ ସମୟ ଏବଂ ଛଟେଇ ସମ୍ବନ୍ଧୀୟ ଅଭିଯୋଗ ଉପରେ ସେ କୌଣସି ଦୃଢ଼ ନିଷ୍ପତି କିମ୍ବା ସମୟସୀମା ଘୋଷଣା କରିନଥିଲେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି