ବମ୍ବେ ଆଇଆଇଟି ହଷ୍ଟେଲରେ ଗ୍ୟାସ ଲିକ ହୋଇ ଅଗ୍ନିକାଣ୍ଡ, ପାଞ୍ଚ ଜଣ ଆହତ
ମୁମ୍ବାଇ, ଅକ୍ଟୋବର 9 (ହି.ସ)। ମୁମ୍ବାଇର ପୱାଇ ଅଞ୍ଚଳରେ ଅବସ୍ଥିତ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଆଇଆଇଟି ବମ୍ବେ)ର ହଷ୍ଟେଲ ନମ୍ବର-୬ରେ ଗତ ରାତିରେ ଗ୍ୟାସ୍ ସିଲିଣ୍ଡର ପାଇପ୍ରୁ ଗ୍ୟାସ୍ ଲିକ୍ ହେବା ଯୋଗୁଁ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ଦୁଇ ଜଣ ଶିଶୁଙ୍କ ସମେତ ପାଞ୍ଚ ଜଣ ଲୋକ ପୋଡ଼ି ହୋ
फोटो: आईआईटी बॉम्बे के हॉस्टल में लगी आग का दृश्य


ମୁମ୍ବାଇ, ଅକ୍ଟୋବର 9 (ହି.ସ)। ମୁମ୍ବାଇର ପୱାଇ ଅଞ୍ଚଳରେ ଅବସ୍ଥିତ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଆଇଆଇଟି ବମ୍ବେ)ର ହଷ୍ଟେଲ ନମ୍ବର-୬ରେ ଗତ ରାତିରେ ଗ୍ୟାସ୍ ସିଲିଣ୍ଡର ପାଇପ୍ରୁ ଗ୍ୟାସ୍ ଲିକ୍ ହେବା ଯୋଗୁଁ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ଦୁଇ ଜଣ ଶିଶୁଙ୍କ ସମେତ ପାଞ୍ଚ ଜଣ ଲୋକ ପୋଡ଼ି ହୋଇ ଆହତ ହୋଇଛନ୍ତି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ପୱାଇ ପୁଲିସର ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି ଯେ, ଗତ ରାତିରେ ଆଇଆଇଟି ବମ୍ବେର ହଷ୍ଟେଲ ନମ୍ବର-୬ରେ ଗ୍ୟାସ୍ ସିଲିଣ୍ଡର ପାଇପ୍ରୁ ଗ୍ୟାସ୍ ଲିକ୍ ହୋଇଥିଲା। ଏହାପରେ ହଠାତ୍ ନିଆଁ ଲାଗିଯିବାରୁ ଆଖପାଖରେ ଥିବା ପାଞ୍ଚ ଜଣ ଲୋକ ଏହାର ଶିକାର ହୋଇ ଆହତ ହୋଇଥିଲେ।

ଏହି ଘଟଣାରେ ଅଂଶ ଅହିରୱାର (୧୨), ତହଜିବ ଆଲମ (୯), ଈଶ୍ୱର ସିଂହ (୩୭), ଶିବକୁମାର ସିଂହ (୩୪) ଏବଂ ଅନିଲକୁମାର ଯାଦବ (୨୩) ପୋଡ଼ି ହୋଇ ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ରାଜାୱାଡ଼ି ହସ୍ପିଟାଲକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ପରବର୍ତ୍ତୀ ଚିକିତ୍ସା ପାଇଁ କସ୍ତୁରବା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଜଣଙ୍କର ରାଜାୱାଡ଼ି ହସ୍ପିଟାଲରେ ଚିକିତ୍ସା ଜାରି ରହିଛି। ଡାକ୍ତରଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ରହିଛି।

ଶୁକ୍ରବାର ସକାଳେ ନିଆଁକୁ ଆୟତ୍ତ କରାଯାଇଛି। ଘଟଣାସ୍ଥଳରେ ଥଣ୍ଡା କରିବା ପ୍ରକ୍ରିୟା ଜାରି ରହିଛି। ତେବେ ଗ୍ୟାସ୍ ଲିକ୍ ହେବାର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ। ଏହି ଘଟଣାର ତଦନ୍ତ ଚାଲିଛି।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande