
ପୁଣେ, ଅକ୍ଟୋବର 9 (ହି.ସ)। ଦମ୍ଦାର ସଂଳାପ ଉପସ୍ଥାପନା, ସ୍ୱାଭାବିକ ଅଭିନୟ ଏବଂ ନିଜର ଅନନ୍ୟ ବ୍ୟକ୍ତିତ୍ୱ ବଳରେ ଦଶନ୍ଧି ଦଶନ୍ଧି ଧରି ଦର୍ଶକଙ୍କ ହୃଦୟରେ ରାଜ୍ କରିଥିବା ବିଶିଷ୍ଟ ଅଭିନେତା ନାନା ପାଟେକରଙ୍କୁ ପୁଣେ ନିକଟସ୍ଥ ଡୋଣଜେଠାରେ ଥିବା ତାଙ୍କ ଫାର୍ମହାଉସ୍ରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ବିଦାୟ ଦିଆଯାଇଛି। ପୁଲିସ ବାହିନୀ ପକ୍ଷରୁ ତାଙ୍କୁ ସଲାମୀ ଦେଇ ଶେଷ ସମ୍ମାନ ଜଣାଯାଇଥିଲା। ନିଜର ପ୍ରିୟ ଅଭିନେତାଙ୍କ ଶେଷ ଦର୍ଶନ ପାଇଁ ଡୋଣଜେଠାରେ ଲୋକଙ୍କର ପ୍ରବଳ ଭିଡ଼ ଜମିଥିଲା। ପ୍ରତ୍ୟେକଙ୍କ ଆଖି ଲୁହରେ ଭିଜିଯାଇଥିବା ବେଳେ ନାନାଙ୍କୁ ହରାଇବାର ଦୁଃଖ ସମସ୍ତଙ୍କ ମୁହଁରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଥିଲା।
ନାନା ପାଟେକରଙ୍କ ଦେହାନ୍ତରେ ମରାଠୀ ଓ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ସହିତ ଅଭିନୟର ଏକ ସମୃଦ୍ଧ ଓ ପ୍ରଭାବଶାଳୀ ଯାତ୍ରାର ଅନ୍ତ ଘଟିଛି, ଯାହା ନିଜର ଅଭିନୟ ଦକ୍ଷତା ବଳରେ ଅନେକ ପିଢ଼ିର ଦର୍ଶକଙ୍କୁ ପ୍ରଭାବିତ କରିଥିଲା।
ଗୋଆର ଡୋନା ପାଉଲାସ୍ଥିତ ନିଜ ବାସଭବନରେ ନାନା ପାଟେକର ହଠାତ୍ ହୃଦ୍ଘାତର ଶିକାର ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ମଣିପାଲ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ସିପିଆର୍ ଦେଇ ତାଙ୍କ ଜୀବନ ରକ୍ଷା କରିବାକୁ ସମସ୍ତ ପ୍ରୟାସ କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା।
ନାନା ପାଟେକରଙ୍କ ମରଶରୀରକୁ ବିମାନ ଯୋଗେ ଗୋଆରୁ ପୁଣେ ଅଣାଯାଇଥିଲା। ପୁଣେ ବିମାନବନ୍ଦରରୁ ମରଶରୀରକୁ ଡୋଣଜେସ୍ଥିତ ତାଙ୍କ ଫାର୍ମହାଉସ୍କୁ ନିଆଯାଇଥିଲା। ତାଙ୍କର ଶେଷ ଦର୍ଶନ ପାଇଁ ବହୁ ସଂଖ୍ୟାରେ ପ୍ରଶଂସକ ଓ ସାଧାରଣ ନାଗରିକ ସେଠାରେ ପହଞ୍ଚିଥିଲେ। ନିଜର ପ୍ରିୟ କଳାକାରଙ୍କୁ ଶେଷ ବିଦାୟ ଦେବା ସମୟରେ ଅନେକଙ୍କ ଆଖି ଲୁହରେ ଭରିଯାଇଥିଲା।
-------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା