
ନ୍ୟୁୟର୍କ ୯ ଅକ୍ଟୋବର (ହି.ସ)-ନ୍ୟୁୟର୍କ ସହରର ମେୟର ଜୋହରାନ ମାମଦାନି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସହରରେ ଆମେରିକାର ଆପ୍ରବାସନ ଏବଂ ସୀମା ଶୁକ୍ଳ ପ୍ରବର୍ତ୍ତନ (ଆମେରିକା ଇମିଗ୍ରେସନ ଆଣ୍ଡ କଷ୍ଟମ୍ସ ,ଏନଫୋର୍ସମେଣ୍ଟ ,ଆଇସିଇ)ଅପରେସନ ବନ୍ଦ କରିବାକୁ ଦାବି କରିଛନ୍ତି।ଏହି ଦାବି ବ୍ରୋକ୍ସରେ ଜଣେ ଆଇସିଇ ଏଜେଣ୍ଟଙ୍କୁ ଗୁଳି ମାରିବା ଘଟଣା ପରେ କରାଯାଇଛି।ଏହି ଘଟଣା ପରେ ଏକ ହସ୍ପିଟାଲ ବାହାରେ ଆଇସିଇ ବିରୋଧୀ ପ୍ରଦର୍ଶନକାରୀ ଏବଂ ନ୍ୟୁୟର୍କ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି।ମେୟର ମାମଦାନି ଗୁରୁବାର (ସ୍ଥାନୀୟ ସମୟ) ଏକ୍ସରେ ଲେଖିଛନ୍ତି, ଆଜି ଅପରାହ୍ନରେ ମାର୍ବଲ୍ ହିଲର ଏକ ଆବାସିକ ଅଞ୍ଚଳରେ ଆଇସିଇ ଏଜେଣ୍ଟ ନ୍ୟୁୟର୍କବାସୀଙ୍କୁ ଗୁଳି କରିଥିଲେ। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ଏଜେଣ୍ଟମାନେ ତାଙ୍କୁ ଏବଂ ତାଙ୍କ କାରରେ ଏକ ପାଞ୍ଚ ବର୍ଷର ଶିଶୁକୁ ଘେରାବନ୍ଦୀ କରିଥିଲେ ଏବଂ ତା'ପରେ ଅନେକ ରାଉଣ୍ଡ ଗୁଳି ଚଳାଇଥିଲେ। ଏହା ଏକ ଗମ୍ଭୀର ପରିସ୍ଥିତି। ମୁଁ ରାଷ୍ଟ୍ରପତିଙ୍କୁ ଫୋନ୍ କରିଛି। ଯେତେବେଳେ ଆମେ କଥା ହେବୁ, ମୁଁ ଦାବି କରିବି ଯେ ସେ ଆମ ସହରରେ ସମସ୍ତ ଆଇସିଇ କାର୍ଯ୍ୟ ବନ୍ଦ କରନ୍ତୁ। ମୁଁ ଚୁପ୍ଚାପ୍ ଏହା ଘଟିବାକୁ ଦେଖିପାରିବି ନାହିଁ। ଆଜି ରାତିରେ, ଆମର ସମବେଦନା ଆହତ ନ୍ୟୁୟର୍କବାସୀ ଏବଂ ତାଙ୍କ ପରିବାର ସହିତ ଅଛି। ଆମେ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛୁ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା