ମଣିପୁରର ପୂର୍ବ ଇମ୍ଫାଲରେ ଗ୍ରେନେଡ୍ ଆକ୍ରମଣରେ ଆରଏଏଫ୍ ହେଡ୍ କନେଷ୍ଟବଳ ଆହତ
ଇମ୍ଫାଲ, ୯ ଅକ୍ଟୋବର (ହି.ସ.)- ଗୁରୁବାର ରାତିରେ ମଣିପୁରର ଇମ୍ଫାଲ ପୂର୍ବ ଜିଲ୍ଲାର ନ୍ୟୁ ଲାମ୍ବୁଲେନ୍ ଅଂଚଳରେ ଅଜ୍ଞାତ ଦୁର୍ବୃତଙ୍କ ଗ୍ରେନେଡ୍ ଆକ୍ରମଣରେ ରାପିଡ୍ ଆକ୍ସନ୍ ଫୋର୍ସ (ଆରଏଏଫ୍) ର ଜଣେ ହେଡ୍ କନେଷ୍ଟବଳ ସାମାନ୍ୟ ଆହତ ହୋଇଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତି
ମଣିପୁରର ପୂର୍ବ ଇମ୍ଫାଲରେ ଗ୍ରେନେଡ୍ ଆକ୍ରମଣରେ ଆରଏଏଫ୍ ହେଡ୍ କନେଷ୍ଟବଳ ଆହତ


ଇମ୍ଫାଲ, ୯ ଅକ୍ଟୋବର (ହି.ସ.)- ଗୁରୁବାର ରାତିରେ ମଣିପୁରର ଇମ୍ଫାଲ ପୂର୍ବ ଜିଲ୍ଲାର ନ୍ୟୁ ଲାମ୍ବୁଲେନ୍ ଅଂଚଳରେ ଅଜ୍ଞାତ ଦୁର୍ବୃତଙ୍କ ଗ୍ରେନେଡ୍ ଆକ୍ରମଣରେ ରାପିଡ୍ ଆକ୍ସନ୍ ଫୋର୍ସ (ଆରଏଏଫ୍) ର ଜଣେ ହେଡ୍ କନେଷ୍ଟବଳ ସାମାନ୍ୟ ଆହତ ହୋଇଛନ୍ତି ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ଅଜ୍ଞାତ ଆକ୍ରମଣକାରୀମାନେ ବି/୧୦୭ ଆରଏଏଫ ର ପ୍ରବେଶ ଦ୍ୱାରରେ ଏକ ଗ୍ରେନେଡ୍ ଫିଙ୍ଗିଥିଲେ । ପୋରୋମପତ ଥାନା ଅଂଚଳରେ ଏହି ଘଟଣା ଘଟିଛି । ଆହତ ଯବାନ ଜଣକ ଉତର ପ୍ରଦେଶର ବାସିନ୍ଦା ହେଡ୍ କନେଷ୍ଟବଳ ଧନଞ୍ଜୟ ରାୟ ବୋଲି ଚିହ୍ନଟ କରାଯାଇଛି ।

ଘଟଣା ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କର ପରିଚୟ ମିଳିପାରିନାହିଁ । ପୋଲିସ ଏହି ମାମଲାର ତଦନ୍ତରେ ଲାଗିପଡିଛି । ଘଟଣା ସଂକ୍ରାନ୍ତରେ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande