

- ପରିସରକୁ ପାଞ୍ଚଟି ଜୋନ୍ରେ ବିଭକ୍ତ କରାଯାଇଛି, ପ୍ରାୟ ଏକ ହଜାର ସ୍ୱେଚ୍ଛାସେବୀ କରିବେ ସେବା।
ଅଯୋଧ୍ୟା, ନଭେମ୍ବର ୦୧ (ହି.ସ.)। ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ର ପରିସର ଆସନ୍ତା ନଭେମ୍ବର ୭ ତାରିଖରେ ପ୍ରାୟ ଏକ ଲକ୍ଷ ଦୀପରେ ଆଲୋକିତ ହେବ। ଏହି ଦୀପୋତ୍ସବର ପ୍ରସ୍ତୁତି ଓ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟ ପାଇଁ ପ୍ରାୟ ଏକ ହଜାର କାର୍ଯ୍ୟକର୍ତ୍ତା ସେବା ଯୋଗାଇବେ। ସମଗ୍ର ପରିସରକୁ ପାଞ୍ଚଟି ଜୋନ୍ରେ ବିଭକ୍ତ କରାଯାଇ ପ୍ରତ୍ୟେକ ଜୋନ୍ର ଦାୟିତ୍ୱରେ ଜଣେ ଜଣେ ପ୍ରଭାରୀ ଓ ତାଙ୍କ ଟିମ୍କୁ ନିଯୁକ୍ତ କରାଯାଇଛି। ଆଗାମୀ ପାଞ୍ଚ ଦିନ ମଧ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ ରୂପ ଦିଆଯିବ।
ଶନିବାର ଯାତ୍ରୀ ସୁବିଧା କେନ୍ଦ୍ର (ପିଏଫ୍ସି)ର ସଭାଗୃହରେ ଅନୁଷ୍ଠିତ ବୈଠକରେ ଦୀପୋତ୍ସବର ସମ୍ପୂର୍ଣ୍ଣ କାର୍ଯ୍ୟଯୋଜନାକୁ ଚୂଡ଼ାନ୍ତ ରୂପ ଦିଆଯାଇଥିଲା। ଏହି ବୈଠକରେ ଆୟୋଜନର ବିଭିନ୍ନ ବ୍ୟବସ୍ଥାର ଦାୟିତ୍ୱ ତୁଲାଉଥିବା ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ। ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର (ଅବସରପ୍ରାପ୍ତ), ସଚିବ ଜଗଦୀଶ ଆଫଲେ ଏବଂ ଜଗନ୍ନାଥ ଗୁଲଭେ ସମଗ୍ର କାର୍ଯ୍ୟଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ।
ଶ୍ରୀରାମଲଲା ବିରାଜମାନ ମନ୍ଦିରକୁ ସ୍ୱତନ୍ତ୍ର ଭାବେ ସଜ୍ଜିତ କରାଯାଇଛି। ଆଗାମୀ ପାଞ୍ଚ ଦିନ ମଧ୍ୟରେ ପରିସରର ଅନ୍ୟାନ୍ୟ ଅଞ୍ଚଳର ସାଜସଜ୍ଜା ଓ ଦୀପ ପ୍ରଜ୍ଜ୍ୱଳନ ପାଇଁ ପ୍ରସ୍ତୁତି କାର୍ଯ୍ୟକୁ ମଧ୍ୟ ଆଗେଇ ନିଆଯିବ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା