ଗଞ୍ଜାମ ଗସ୍ତର ଦ୍ୱିତୀୟ ଦିନରେ ଜଳ ନିଷ୍କାସନ ବ୍ୟବସ୍ଥାର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ
ଗୋପାଳପୁର ଜାତୀୟ ରାଜପଥ ସେତୁନିକଟସ୍ଥ ବାହାନା ନାଳ ପରିଦର୍ଶନ ଭୁବନେଶ୍ୱର, 01 ନଭେମ୍ବର (ହି.ସ.): ଗଞ୍ଜାମ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ଜଳ ନିଷ୍କାସନ ବ୍ୟବସ୍ଥା ଓ ବନ୍ୟା ପରିଚାଳନା ଭିତ୍ତିଭୂମିର
ଗଞ୍ଜାମ ଗସ୍ତର ଦ୍ୱିତୀୟ ଦିନରେ ଜଳ ନିଷ୍କାସନ ବ୍ୟବସ୍ଥାର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ


ଗୋପାଳପୁର ଜାତୀୟ ରାଜପଥ ସେତୁନିକଟସ୍ଥ ବାହାନା ନାଳ ପରିଦର୍ଶନ

ଭୁବନେଶ୍ୱର, 01 ନଭେମ୍ବର (ହି.ସ.): ଗଞ୍ଜାମ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ଜଳ ନିଷ୍କାସନ ବ୍ୟବସ୍ଥା ଓ ବନ୍ୟା ପରିଚାଳନା ଭିତ୍ତିଭୂମିର ସ୍ଥିତି ସମୀକ୍ଷା ଜାରି ରଖିଥିଲେ। ଏହି ଅବସରରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜଳ ନିଷ୍କାସନ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।

ଏହି ଗସ୍ତ ଅବସରରେ ଗୋପାଳପୁର ଜାତୀୟ ରାଜପଥ ସେତୁ ନିକଟସ୍ଥ ବାହାନା ନାଳ, ମାର୍କଣ୍ଡିଠାରେ ବାହାନା ନାଳର ମୁହାଣ ଏବଂ ହରିପୁରଠାରେ ବାହାଡ଼ା ନାଳର ମୁହାଣ ପରିଦର୍ଶନ କରାଯାଇଥିଲା। ବାତ୍ୟା ପରବର୍ତ୍ତୀ ସ୍ଥିତିରେ ନାଳଗୁଡ଼ିକର ଅବସ୍ଥା ଏବଂ ଜଳ ନିଷ୍କାସନ ମୁହାଣଗୁଡ଼ିକର ସ୍ଥିତି ଅନୁଧ୍ୟାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ପରିଦର୍ଶନ ସମୟରେ ସର୍ବୋଚ୍ଚ ଯନ୍ତ୍ରୀ, ଜଳ ସମ୍ପଦ, ମୁଖ୍ୟ ଯନ୍ତ୍ରୀ, ଡ୍ରେନେଜ୍ ଏବଂ ବ୍ରହ୍ମପୁରସ୍ଥିତ ଡ୍ରେନେଜ୍ ଡିଭିଜନର କ୍ଷେତ୍ରସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏଥିସହ ଋଷିକୁଲ୍ୟା-ବଂଶଧାରା ଅବବାହିକାର ମୁଖ୍ୟ ଯନ୍ତ୍ରୀ ଏବଂ କ୍ଷୁଦ୍ର ଜଳସେଚନ ସହ ସମନ୍ୱୟରେ ନିୟୋଜିତ ଅତିରିକ୍ତ ଅଧିକାରୀମାନେ ମଧ୍ୟ ଏହି କ୍ଷେତ୍ରୀୟ ଅନୁଧ୍ୟାନରେ ସାମିଲ ହୋଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande