ବାତ୍ୟା ମୁକାବିଲା ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ବ୍ରହ୍ମପୁରକୁ ଆଉ ୫ ଜଣ ଯନ୍ତ୍ରୀ ନିୟୋଜିତ
ଭୁବନେଶ୍ୱର, 01 ନଭେମ୍ବର (ହି.ସ.):ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ ଏବଂ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ରୁ ଆଉ ୫ ଜଣ ଯନ୍ତ୍ରୀଙ୍
ବାତ୍ୟା ମୁକାବିଲା ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ବ୍ରହ୍ମପୁରକୁ ଆଉ ୫ ଜଣ ଯନ୍ତ୍ରୀ ନିୟୋଜିତ


ଭୁବନେଶ୍ୱର, 01 ନଭେମ୍ବର (ହି.ସ.):ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ ଏବଂ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ରୁ ଆଉ ୫ ଜଣ ଯନ୍ତ୍ରୀଙ୍କୁ ବ୍ରହ୍ମପୁର ମହାନଗର ନିଗମରେ ନିୟୋଜିତ କରାଯାଇଛି।

ବ୍ରହ୍ମପୁରରେ ପୂର୍ବରୁ ଚାଲିଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ଅଧିକ ବୈଷୟିକ ସହାୟତା ଯୋଗାଇଦେବା ସହ ତୃଣମୂଳ ସ୍ତରରେ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ଏହି ଅତିରିକ୍ତ ନିୟୋଜନର ଉଦ୍ଦେଶ୍ୟ। ଏହି ଯନ୍ତ୍ରୀମାନଙ୍କ ସେବା ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କ ଅଧୀନରେ ନ୍ୟସ୍ତ କରାଯାଇଛି। ସେମାନେ ୧ ନଭେମ୍ବର ୨୦୨୬ ଅପରାହ୍ନଠାରୁ ନିଜ ନିଜର ବର୍ତ୍ତମାନର ଦାୟିତ୍ୱରୁ କେନ୍ଦ୍ରୀୟ ଭାବେ ଅବ୍ୟାହତ ହୋଇ ନୂତନ ଦାୟିତ୍ୱରେ ଯୋଗଦେବେ।

ନିୟୋଜିତ ଯନ୍ତ୍ରୀମାନେ ହେଲେ ଆଠଗଡ଼ ଏନ୍‌ଏସିର ସହକାରୀ ଯନ୍ତ୍ରୀ ଅଜୟ କୁମାର ଜାନୀ, କେଏମ୍‌ସିର କନିଷ୍ଠ ଯନ୍ତ୍ରୀ ରଶ୍ମି ରଞ୍ଜନ ବେହେରା, ଗୁଣୁପୁର ପୌରପାଳିକାର ସହକାରୀ ଯନ୍ତ୍ରୀ ଆଦିତ୍ୟ ମିଶ୍ର, ପୁରୀ ମହାନଗର ନିଗମର କନିଷ୍ଠ ଯନ୍ତ୍ରୀ ବିଶ୍ୱରଞ୍ଜନ ପରିଡ଼ା ଏବଂ ଛତ୍ରପୁର ପୌରପାଳିକାର କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା।

ବାତ୍ୟା ପ୍ରଭାବିତ ବ୍ରହ୍ମପୁରରେ ଜନସାଧାରଣଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଦେବା, ଜରୁରୀକାଳୀନ କାର୍ଯ୍ୟରେ ବୈଷୟିକ ସହଯୋଗ ବଢ଼ାଇବା ଏବଂ ସ୍ୱାଭାବିକ ସ୍ଥିତିର ଶୀଘ୍ର ପୁନରୁଦ୍ଧାର ସୁନିଶ୍ଚିତ କରିବା ଦିଗରେ ବିଭାଗର ଏହି ପଦକ୍ଷେପ ସହାୟକ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande