
ଝାରସୁଗୁଡ଼ା, ୧ ନଭେମ୍ବର (ହି.ସ.)- ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ବ୍ରଜରାଜନଗର ମହାବିଦ୍ୟାଳୟ କେନ୍ଦ୍ରରେ ରବିବାର ଅଷ୍ଟମ ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ସଂଯୋଜିକା ଶିବପ୍ରିୟା ମିଶ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଓ ମ୍ୟୁନିସିପାଲଟି ସ୍ତରରୁ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ।
ପ୍ରତିଯୋଗିତାର 'କ' ବିଭାଗରେ ଆଦ୍ୟା ପାଣିଗ୍ରାହୀ, 'ଖ' ବିଭାଗରେ ଦିବ୍ୟାଂଶ ମିଶ୍ର, 'ଗ' ବିଭାଗରେ ଦିଲେଶ୍ବରୀ ସାହୁ ଏବଂ 'ଘ' ବିଭାଗରେ ମିନି ସାହୁ ନିଜ ନିଜ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଡଃ. ଋତୁପର୍ଣ୍ଣା ମହାନ୍ତି, ସୁଫଳା ଦାସ ଏବଂ ଆଶିଷ କୁମାର ସାହୁ ବିଚାରକ ଦାୟିତ୍ୱ ନିର୍ବାହ କରିଥିଲେ। ଶିବପ୍ରିୟା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାପନୀ ସଭାରେ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ସଂପାଦକ ଚିନ୍ତାମଣି ଦାସ ମଞ୍ଚାସୀନ ଥିଲେ। ପଦ୍ମାବତୀ ମହାପାତ୍ର ସଭା ସଂଯୋଜନା କରିଥିବା ବେଳେ ଅମ୍ବିକା ପ୍ରସାଦ ଦାଶ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମରେ ବହୁ ଶିକ୍ଷକ, ଅଭିଭାବକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଶେଷରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ସ୍ମୃତିଫଳକ, ପ୍ରମାଣପତ୍ର ଓ ପୁସ୍ତକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ