
ଜୟପୁର, ୧ ନଭେମ୍ବର (ହି.ସ.)-ଜୟପୁର ସ୍ଥିତ ସନ୍ଧ୍ୟା ଫଙ୍କସନ ହଲ ଠାରେ ଆବାହକ ଗଣତାନ୍ତ୍ର ବଞ୍ଚାଅ କମିଟି, ଜୟପୁର ତରଫରୁ ଅରାଜକତା ହଟାଅ ଏବଂ ଗଣତନ୍ତ୍ର ବଞ୍ଚାଅ ନାମକ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ବକ୍ତା ଭାବେ ରାଷ୍ଟ୍ରୀୟ ବିଜେପି ଉପ ସଭାନେତ୍ରୀ ଓଡିଶା ବିଜେପି ପ୍ରଭାରୀ ତଥା ଆନ୍ଧ୍ରପ୍ରଦେଶ ରାଜମହେନ୍ଦ୍ରମ ନିର୍ବାଚନ ମଣ୍ଡଳୀର ବିଜେପି ସାଂସଦ ଶ୍ରୀମତୀ ଡି.ପୂରନେନ୍ଦଶ୍ୱରୀ ଯୋଗେ ଦେଇଥିଲେ। ସେ ବର୍ତ୍ତମାନ ଦେଶରେ ଚାଲିଥିବା ଆନ୍ଦୋଳନ ନାମରେ ଅରାଜକତା ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ତଥା କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ମାଛ ଏବଂ କୋଟପଡ଼ ବିଧାୟକ ରୁପୁ ଭତ୍ରା ମଧ୍ୟ ଉପସ୍ଥିତ ଥିଲେ। ସୁଧାଂଶୁ ଶେଖର ଜେନା ଜିଲ୍ଲା ଉପ ସଭାପତି, ରାଜ୍ୟ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ହିମାଂଶୁ ମହାପାତ୍ର, ଜୟପୁର ବିଧାୟକ ପ୍ରାର୍ଥ ଗୌତମ ସାମନ୍ତରାୟ ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲା କୋଷାଧ୍ୟକ୍ଷ ତ୍ରିନାଥ ପଣ୍ଡା ଏବଂ ଏ ଦୁର୍ଗା ପ୍ରସାଦ, ରବୀନ୍ଦ୍ର ମହାପାତ୍ର, ବରିଷ୍ଠ ନେତା ଅମର ଲାଲ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି